Below header

କଳିଯୁଗର କୁଳାଙ୍ଗାର ପୁଅ, ନିଜ ଜନ୍ମକଲା ମା’ର ଅଶ୍ଳୀଳ ଫଟୋ ଉଠାଇ କଲା ବ୍ଲାକମେଲ

ମାଆ ସହିତ ପୁଅ ଏମିତି କାମ କରିଛି ଯାହାକୁ ଜାଣିଲେ ଆପଣ କ୍ରୋଧିତ ହୋଇଯିବେ। ସମ୍ପତ୍ତି ଉପରେ କବ୍ଜା କରିବା ପାଇଁ ଏକ କଳିଯୁଗ ପୁଅ ନିଜର ଜନ୍ମ କଲା ମା ସହିତ ଏମିତି କାମ କରିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ସମ୍ପତ୍ତିକି ଲୋଭ କରି ଜଣେ ପୁଅ ମୋବାଇଲରେ ନିଜ ମାଆର ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲ କରିବାକୁ ଲାଗିଲା।

ରାଜସ୍ଥାନ କୋଟାରେ ଶିବପୁରା ଅଞ୍ଚଳରେ ରହୁଥିବା ଜଣେ ମହିଳା ଥାନାରେ ମାମଲା ରୁଜୁ କରିଛନ୍ତି। ଆଉ ଅଭିଯୋଗରେ କହିଛନ୍ତି ତାଙ୍କ ନିଜ ପୁଅ ହିଁ ସମ୍ପତ୍ତି ପାଇଁ ବ୍ଲାକମେଲ କରୁଛନ୍ତି। ଆଉ ତାଙ୍କର ଅଶ୍ଲୀଳ ଫଟୋ ଉଠାଇ ତାଙ୍କ ନିଜ ପରିବାର ଲୋକଙ୍କୁ ପଠାଇବାକୁ ଲାଗିଲା। ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.