କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ନୂଆ ଚିହ୍ନଟକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ସମସ୍ତେ ପ୍ରବାସୀ ଅଟନ୍ତି । ତେବେ ସମସ୍ତ ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆ ଚିହ୍ନଟଙ୍କ ସମେତ କେନ୍ଦ୍ରାପଡ଼ାରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ ପହଁଚିଛି ।

ସୂଚନା ଥାଉକି, ଦୀର୍ଘ ଦିନ ଧରି କରୋନା କବ୍‌ଜାରେ ଥିବା ରାଜଧାନୀ କୋଭିଡ୍‌-୧୯ ମୁକ୍ତ ହୋଇଛି। ସୁସ୍ଥ ହୋଇଛନ୍ତି ସମସ୍ତ କରୋନା ଆକ୍ରାନ୍ତ। ଏନେଇ ଗତକାଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱରର ସମସ୍ତ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯେଉଁ କରୋନା ଆକ୍ରାନ୍ତଙ୍କ ପାଇଁ ରାଜଧାନୀକୁ ରେଡ୍‌ ଜୋନ୍‌ରେ ପରିଣତ କରାଯାଇଥିଲା ଆଜି ସେମାନେ ସୁସ୍ଥ ହେବା ପରେ ଭୁବନେଶ୍ୱରରେ କଟକଣାକୁ କେହଳ କରାଯିବ ବୋଲି ରାଜଧାନୀ ବାସୀ ଆଶା ବାନ୍ଧିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.