ଆସନ୍ତାକାଲି ସକାଳ ୮ଟା ୩୦ପର୍ଯ୍ୟନ୍ତ ରାଜ୍ୟର ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି, ବେଶି ପ୍ରଭାବିତ ହେବ ଏହି ଚାରୋଟି ଜିଲ୍ଲା

ଭୁବନେଶ୍ବର: ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର ଦୂରରେ ରହିଛି । ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ଅମ୍ଫାନ।

rainତେବେ ଆଜିଠୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜଗତସିଂହପୁରରେ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ସହ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଏହା ସହ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ସର୍ବାଧିକ ୭୫ କିଲୋମିଟର ହୋଇପାରେ । ଆସନ୍ତାକାଲି ସକାଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୯୫ କିଲୋମିଟର ରହିପାରେ । ସମୟକ୍ରମେ ଏହା ବଢି ସର୍ବାଧିକ ୧୩୫ କିଲୋମିଟର ହୋଇପାରେ ।

cyconeଏହି ସମୟରେ ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ପବନ ହେବ । ଘଣ୍ଟାପ୍ରତି ସର୍ବାଧିକ ୭୫ କିମି ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ସକାଳ ୮ଟା ୩୦ରୁ ୨୧ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.