Below header

ପବିତ୍ର ସ୍ଥାନରେ ପାପର ଛିଟା, ଆଶ୍ରମକୁ ପ୍ରାର୍ଥନା କରିବାକୁ ଯାଇଥିବା ଦୁଇ ମହିଳାଙ୍କୁ ୪ ପୂଜାରୀ କଲେ ଦୁଷ୍କର୍ମ

ପବିତ୍ର ସ୍ଥାନରେ ପାପ କାମ। ଅମୃତସର ରାମତୀର୍ଥ ମନ୍ଦିରରେ ଦୁଇ ଜଣ ମହିଳା ପ୍ରାର୍ଥନା କରିବାକୁ ଯାଇଥିଲେ। କିନ୍ତୁ ଆଶ୍ରମରେ ଥିବା ଚାରି ଜଣେ ପ୍ରମୁଖ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି। ଏହି ଚାରି ଅଭିଯୁକ୍ତଙ୍କ ମଧ୍ୟରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି।

ପୋଲିସ ଦୁଇ ମହିଳାଙ୍କର ଅଭିଯୋଗ ମୁତାବକ ଆଶ୍ରମର ଚାରି ଜଣ ପ୍ରମୁଖଙ୍କ ବିରୁଦ୍ଧରେ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଛି। ଦୁଇ ଅଭିଯୁକ୍ତଙ୍କୁ ଡାକ୍ତର ମାଇନା ପରେ ଜେଲକୁ ପଠାଯାଇଛି।

rape3ସୂଚନା ଅନୁଯାୟୀ ବଟାଲାର ତଳୱଣ୍ଡି ଭରତୱାଲ ଏବଂ ଗାଓଁ ଚାଙ୍ଗଲା ନିବାସୀ ୨୦ ବର୍ଷୀୟା ଏବଂ ୪୦ ବର୍ଷୀୟା ଦୁଇ ମହିଳା ରବିବାର ରାମତୀର୍ଥରେ ପ୍ରାର୍ଥନା କରିବାକୁ ଆସିଥିଲେ। କିନ୍ତୁ ସେଠାରେ ଥିବା ଆଶ୍ରମର ଦୁଇ ଜଣ ଶିଷ୍ୟ ସେମାନଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଯେତେବେଳେ ଦୁଇ ମହିଳା ଅଭିଯୋଗ କରିବା ପାଇଁ ଆଶ୍ରମର ଦୁଇ ମୁଖିଆଙ୍କ ପାଖକୁ ଗଲେ ସେମାନେ ମଧ୍ୟ ତାଙ୍କୁ ଦୁଷ୍କର୍ମ କଲେ।

ଏହି ଚାରି ଅଭିଯୁକ୍ତଙ୍କ ମଧ୍ୟରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଡାକ୍ତର ମାଇନା ପରେ ଜେଲକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.