Below header

ଚୌକିଦାରରୁ ଆଜି ସେଲିବ୍ରିଟି, ଜାଣନ୍ତୁ କେମିତି ଥିଲା ନୱାଜ ଉଦ୍ଦିନ ସିଦ୍ଦିକିଙ୍କ ସଂଘର୍ଷର କାହାଣୀ

ବଲିଉଡ଼ରେ ସଫଳତା ଅର୍ଜନ କରିବା ଏତେଟା ସହଜ ନୁହେଁ । କିନ୍ତୁ କିଛି ଜିଦ୍ଦୀ କଳାକାର ଏମିତି ଅଛନ୍ତି, ଯେଉଁ ମାନେ କି ନିଜ ପାରଙ୍ଗମ ବଳରେ ହିଁ ବଲିଉଡର ସଫଳତା ଶିଖରକୁ ଛୁଇଁ ପାରିଛନ୍ତି । ସେହି କଳାକାରମାନଙ୍କ ଭିତରୁ ଜଣେ ହେଉଛନ୍ତି ନୱାଜ ଉଦ୍ଦିନ ସିଦ୍ଦିକି । ନିଜ ଚରିତ୍ରକୁ ବାସ୍ତବତାର ରୂପ ଦେବା କେହି ତାଙ୍କଠୁଁ ହିଁ ଶିଖିବା ଉଚିତ । ୧୯୭୪ ମସିହା ମେ ୧୯ ତାରିଖରେ ଜନ୍ମିତ ନବାଜ ପରଦା ଉପରର ଏମିତି ଜଣେ ଯୋଦ୍ଧା, ଯିଏ ବିନା କୌଣସି ହାତ ହତିଆରରେ ବି ଆଜି ବିଜୟର ଟୀକା ନିଜ ମଥାରେ ଲଗାଇ ପାରିଛନ୍ତି । ଆଜି ତାଙ୍କ ଜନ୍ମ ଦିବସରେ ତାଙ୍କ ବିଷୟରେ କିଛି ବିଶେଷ କଥା ବିଷୟରେ ଆଜି ଜାଣି ରଖିବା ।

nawaj

ଆଜକୁ ଠିକ ୪୬ ବର୍ଷ ତଳେ ଉତ୍ତର ପ୍ରଦେଶର ମୁଜାଫରପୁର ସହରରେ ଜନ୍ମ ନେଇଥିଲେ ନୱାଜ । ପିଲା ବେଳରୁ ତାଙ୍କର କୌଣସି ଚଳଚିତ୍ର ସହ ଜଡିତ ବ୍ୟାକଗ୍ରାଉଣ୍ଡ ନଥିଲା । ବୟସ ବଢିବା ସାଙ୍ଗକୁ ଲୋକଙ୍କ ଘରେ ଲୁଚି ଲୁଚି ଟିଭି ଦେଖୁ ଦେଖୁ ଅଭିନୟକୁ ନିଜ କ୍ୟାରିୟର କରିବେ ବୋଲି ଠିକ କରିଥିଲେ ନୱାଜ । ୧୯୯୬ ମସିହାରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଏକ କୋର୍ସ ମଧ୍ୟ କରି ଅଭିନୟରେ ନିଜ କ୍ୟାରିୟର ଗଢିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ପାଖରେ ଅର୍ଥାଭାବ କାରଣରୁ ପ୍ରଥମେ ପ୍ରଥମେ ଖୁବ ସଂଘର୍ଷ କରିବାକୁ ପଡିଥିଲା ତାଙ୍କୁ । କଠିନ ସମୟରେ ଚୌକିଦାର ଚାକିରୀ ବି କରିବାକୁ ପଡିଥିଲା ନୱାଜଙ୍କୁ । ପ୍ରାରମ୍ଭିକ ସମୟରେ ୱେଟର, ଚୋର ପରି ଛୋଟ ଛୋଟ ଚରିତ୍ରରେ ଅଭିନୟ କରିଥିଲେ ।

ଆଜିର ଏହି ପ୍ରତିଷ୍ଠିତ ଆକ୍ଟର ଶୂଳ, ମୁନାଭାଇ ଏମ୍ବିବିବିଏସ, ସରଫୋରସ ପରି ସିନେମାରେ ଛୋଟ ଛୋଟ ଭୂମିକାରେ ନଜର ଆସିଥିଲେ । ପରେ ଅନୁରାଗ କଶ୍ୟପଙ୍କ ଫିଲ୍ମ ବ୍ଲାକ ଆଣ୍ଡ ହ୍ୱାଇଟରେ କାମକରିବାର ସୁଯୋଗ ମିଳିଥିଲା । ପରେ ଫିରାକ, ନ୍ୟୁୟର୍କ ଓ ଦେବ ଡ଼ି ପରି ସିନେମାରେ ନିଜ ଅଭିନୟର ଯାଦୁ ଦେଖେଇଥିଲେ ବଲିଉଡ଼ର ଏହି ପ୍ରତିଷ୍ଠିତ କଳାକାର । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ “କହାନୀ” ଓ ଗାଙ୍ଗ ଅଫ ବାସିପୁରରେ ଲୋକଙ୍କ ନିକଟବର୍ତ୍ତୀ ହୋଇଯାଇଥିଲେ ନୱାଜ । ଜୀବନରେ ଏତେ କଠିନତାର ସାମ୍ନା କରି ଆଜି ବଲିଉଡ଼ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ସାଜି ପାରିଛନ୍ତି ନୱାଜ ଉଦ୍ଦିନ ସିଦ୍ଦିକି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.