୪ଟି ପୃଥକ୍‌ ପୃଥକ୍‌ ସ୍ଥାନରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଅନୁଗୁଳ/ବାଲେଶ୍ୱର: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ନିକଟରେ ଏକ ବସ୍ ପ୍ରବାସୀଙ୍କୁ ନେଇ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ମହାରାଷ୍ଟ୍ରରୁ ୨୬ ଜଣ ପ୍ରବାସୀଙ୍କୁ ନେଇ କୋଲକାତା ଯାଉଥିବା ବେଳେ ବସଟି ଏକ ଗ୍ୟାସ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ଟ୍ୟାଙ୍କର ଡ୍ରାଇଭର ରାଜେଶ ଯାଦବଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ର ୧୫ ଜଣ ପ୍ରବାସୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତପଡା ନିକଟ ଓଲିଆପାଟଣା ଛକ ନିକଟରେ ତାମିଲନାଡୁରୁ ଭଦ୍ରକ ଯାଉଥିବା ସମୟରେ ଏକ ପ୍ରବାସୀ ବସ୍‌କୁ ଏକ ଲରି ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଭୁବନେଶ୍ୱରରେ ପ୍ରବାସୀଙ୍କୁ ଛାଡି କୋଲକାତା ଫେରୁଥିବା ବେଳେ ପଣପଣା ନିକଟରେ ଏକ ଟ୍ରକ୍‌ ସହିତ ବସ୍‌ର ଧକ୍କା ହେବା ଦ୍ୱାରା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ରାଜପଥ ବନ୍ଦାଳ ନିକଟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଡ୍ରାଇଭର ସମେତ ୮ଜଣ ଗୁରୁତର ହୋଇଛନ୍ତି । ବସ୍‌ଟି ପ୍ରବାସୀ ଓଡ଼ିଆଙ୍କୁ ନେଇ ତାମିଲନାଡୁରୁ ଭଦ୍ରକ ଆସୁଥିଲା। ପୋଲିସ ଆହାତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଅନ୍ୟମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.