Below header

ତିଆରି ହେଉଛି ଆଣ୍ଟିଭାଇରାଲ ମାସ୍କ, ଭାଇରସ ଜାଣିବା ମାତ୍ରେ ହିଁ ବଦଳିଯିବ ରଙ୍ଗ

ବର୍ତ୍ତମାନ ସମଗ୍ର ବିଶିବରେ କରୋନାର କାୟା ବିସ୍ତାର ହେବାର ଲାଗିଛି। ଏନେଇ ଟୀକା ଏବଂ ଔଷଧର ସନ୍ଧାନ ଜାରି ରହିଛି। କିନ୍ତୁ ଏହା ମଧ୍ଯରେ ଭାଇରସ କମିବାର ନାଁ ନେଉନାହିଁ। ଏହାର ମାନେ ନୁହେଁ ଜାରି ରହିଥିବା ପ୍ରୟାସ କାର୍ଯ୍ଯକାରୀ ହେଉନାହିଁ। ଏଥିପାଇଁ ଆମକୁ ସାମାଜିକ ଦୂରତା, ସାନିଟାଇଜର ଏବଂ ମାସ୍କ ବ୍ଯବହାର କରିବା ନିହାତି ଆବଶ୍ଯକ। ଏନେଇ ବିଶେଷଜ୍ଞମାନେ ଏକ ଉନ୍ନତ ଧରଣର ମାସ୍କ ପ୍ରସ୍ତୁତ କରିଛନ୍ତି, ଯାହା ଏହି ଭାଇରସ ଶେଷ କରିବାରେ ସକ୍ଷମ ହୋଇପାରିବ।

କିଭଳି ଏହି ମାସ୍କ

VIRUSବିଶେଷଜ୍ଞମାନେ ବର୍ତ୍ତମାନ ଏହି ଆଣ୍ଟି-ଭାଇରାଲ ମାସ୍କ ତିଆରି କରିବାରେ ଲାଗିଛନ୍ତି, ଯାହା କରୋନା ଭାଇରସ ସମ୍ପର୍କରେ ଆସିବା ମାତ୍ରେ ହିଁ ଭାଇରସକୁ ସମାପ୍ତ କରିପାରିବ। ସୂଚନା ଅନୁଯାୟୀ କେନଚୁକୀ ୟୁନିଭରସିଟିର ଦିବାକର ଭଟ୍ଟାଚାଂର୍ଯ୍ଯଙ୍କ ଟିମ୍ ଏଭଳି ଫେସ୍ ମାସ୍କ ତିଆରି କରିଛି ଯାହା ସାର୍ସ କୋଭ ୨ ଭାଇରସକୁ ଧରରିବା ସହ ନିଷ୍କ୍ରିୟ ମଧ୍ଯ କରିପାରିବ।
ଜାଣନ୍ତୁ କିଭଳି ଶେଷ ହୋଇପାରିବ ଭାଇରସ

maskଏହି ମାସ୍କ ତିଆରି କରିବା ପାର୍ଇ ଭଟ୍ଟାଚାର୍ଯ୍ଯଙ୍କୁ ପ୍ରଥମେ ନ୍ଯାସନାଲ ସାଇନ୍ସ ଫାଉଣ୍ଡେସନରୁ ୧୫୦ ହଜାର ଡଲାରର ଅନୁଦାନ ମିଳିସାରିଛି। ଭଟ୍ଟାଚାର୍ଯ୍ଯଙ୍କ କହିବାନୁଯାୟୀ ଏହିଭଳି ମାସ୍କ ତିଆରି କରିବାରେ ୬ମାସ ସମୟ ଲାଗିବ। ଏଥିସହ ଏହି ମାସ୍କରେ ଏକ ପ୍ରୋଟିୟୋଲିଟିକ ଏଂଜାଇମ ର ଏକ ପରସ୍ତ ଲଗାଯିବ, ଯାହା କରୋନା ଭାଇରସର ସ୍ପାଇକ ପ୍ରୋଟିନ ସହ ଯୋଡି ହୋଇ ରହିବ ଏବଂ ଏହାକୁ ଅଲଗା କରି ଭାଇରସକୁ ଶେଷ କରିହେବ। ଏଥିରେ ନିଶ୍ବାସ ନେବାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଏହା ଭିତରକୁ ଭାଇରସ ଆସିବା ମାତ୍ରେ ହିଁ ଏହାର ରଙ୍ଗ ପରିବର୍ତ୍ତନ ହୋଇଯିବ। ଏହାବତୀତ ଏହି ମାସ୍କରେ ଭାଇରୗସ ସଂକ୍ରମଣ ହେବାର ଭୟ ଖୁବ୍ କମ ରହିବ ବୋଲି ଭଟ୍ଟାଚାର୍ଯ୍ଯ କହିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ମାସ୍କ ପରୀକ୍ଷଣରେ ଯଦି ସଫଳ ହୋଇଯାଏ ତେବେ ଏହାକୁ ଅଧିକା ପରିମାଣରେ ଉତ୍ପାଦନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.