ଦେଶରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ବିଶ୍ବରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର

ନୂଆଦିଲ୍ଲୀ: ସାରା ଦେଶରେ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି । ମୁକାବିଲା ପାଇଁ ସରକାରଙ୍କ ସହିତ ଅଣ୍ଟା ଭିଡିଛନ୍ତି ସାଧାରଣ ଲୋକ। ଲକ୍ ଡାଉନ୍ ନିୟମକୁ ମାନିବା ସହିତ ବଢାଉଛନ୍ତି ସହାୟତାର ହାତ । ଏତେ ସବୁ ପରେ ବି ପିଛା ଛାଡୁନି କରୋନା ଭାଇରସ୍ । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଛି । ଦେଶରେ ଏବେ ଆକ୍ଟିଭ୍‌ କେସ୍‌ ୫୮ ହଜାର ୮୦୨ଟି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୩,୧୬୩ ପାର୍ କରିଛି । ତେବେ ସବୁଠାରୁ ଦୁଃଖର କଥା ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହିତ ୧୩୪ ଜଣଙ୍କର ମୃତ୍ୟୁ ହୋଇଛି ।

coronavirusସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଯେଉଁଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ପାର କରିଛି । ଏଠାରେ ମୃତ୍ୟୁ ସଂଖ୍ୟା ୧୨୪୯ରେ ପହଁଚିଛି। ଗୁଜରାଟ, ତାମିଲନାଡୁ ଓ ଦିଲ୍ଲୀରେ ମଧ୍ୟ ସ୍ଥିତି ସଂଗୀନ। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୭୪୫ ହୋଇଥିବା ବେଳେ ତାମିଲନାଡୁରେ ୧୧ ହାଜର ୭୬୦ ଓ ଦିଲ୍ଲୀରେ ୧୦ ହଜାରରୁ ଅଧିକ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ବିଶ୍ୱରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଯାଏ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷରୁ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.