ଆଇସିସି କମିଟିର ବଡ଼ ପଦକ୍ଷେପ, ବଲ ଚିକ୍କଣ କରିବା ପାଇଁ ଲାଳ ଲଗାଇବା ଉପରେ ଲାଗିବ ପ୍ରତିବନ୍ଧକ

ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ “ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ” କମିଟି କୋଭିଡ -19 ମହାମାରୀକୁ ନଜରରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି । ଏହି ସୁପାରିଶ ଅନୁଯାୟୀ ଏଣିକି ବଲ ଚମକାଇବା ପାଇଁ ବା ଚିକ୍କଣ କରିବା ପାଇଁ ଆଉ ବଲରେ କୌଣସି ଖେଳାଳି ଲାଳ ଲଗାଇ ପାରିବ ନାହିଁ । ସୋମବାର ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ପାଇଁ ଦୁଇ ଜଣ ବିଦେଶୀ ଅମ୍ପାୟାରଙ୍କୁ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ପ୍ରସ୍ତୁତ ହୋଇଥିବା ସୁପାରିଶରେ ଉଲ୍ଲେଖ କରାଯାଇଛି । ଆଇସିସିର ଏକ ବିଜ୍ଞପତି ରେ କୁମ୍ବଲେ ପ୍ରକାଶ କରିଛନ୍ତିକି, ବର୍ତ୍ତମାନ ସମୟରେ ଆମେ ମାନେ ଏକ ବଡ଼ ବିଷମ ପରିସ୍ଥିତି ଦେଇ ଗତି କରୁଛୁ ।

saliva

କ୍ରିକେଟ ଖେଳର ସମସ୍ତ ନିୟମକୁ କାୟମ ରଖି ଖେଳକୁ ପୁଣି ଥରେ ଆରମ୍ଭ କରାଯିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଉ ଖେଳରେ ନିଷ୍ପକ୍ଷତାକୁ ବଜାୟ ରଖିବା ପାଇଁ କୌଣସି ଦ୍ୱିପାକ୍ଷିକ ଖେଳରେ ଅନ୍ୟ ଦେଶର ଅମ୍ପାୟାର ମାନଙ୍କୁ ନିଯୁକ୍ତି କରାଯିବା ନେଇ ମଧ୍ୟ ସୁପାରିଶ ହୋଇଛି । ଖୁବ ଶୀଘ୍ର ଏହି ସୁପାରିଶ ଗୁଡିକୁ ମଞ୍ଜୁରୀ ପାଇଁ ଆଇସିସି ବୋର୍ଡରେ ଦାଖଲ କରାଯିବ । କହିରଖିବା ଉଚିତ ହେବକି, ଲାଲ ରଙ୍ଗର ବଲକୁ ଅଧିକ ଚମକାଇବା ପାଇଁ ଓ ବଲର ସ୍ଵିଇଙ୍ଗ ବଢ଼ାଇବା ପାଇଁ ହିଁ ଏହା ଉପରେ ଖେଳାଳି ମାନେ ଅଧିକାଂଶ ସମୟରେ ଲାଳର ପ୍ରୟୋଗ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.