ବାପା ମୋ ଦେହର ପ୍ରତ୍ୟେକ ଅଙ୍ଗ ତୁମର, ମୋ ଅଧା ଲିଭର ନେଇ ତୁମେ ସୁସ୍ଥ ହୋଇଯାଓ

କେନ୍ୟୁଜ୍(ବ୍ୟୁରୋ): ପୁଅକୁ ଜୀବନ ପଥରେ ଚାଲିବା ଶିଖାଇଥିଲେ ବାପା। ଆଜି ବାପାଙ୍କୁ ନୂଆ ଜୀବନ ଦେଇଛି ପୁଅ। ଆଖି ଆଗରେ ବାପାର ଜୀବନ ଦୀପ ଲିଭିବାକୁ ଦେଲା ନାହିଁ ପୁଅ। ବାପା ଭଳି ଅମୂଲ୍ୟ ଶବ୍ଦକୁ ହରାଇବାକୁ ଚାହିଁଲା ନାହିଁ ପୁଅ। ଯାହା ଫଳରେ ନିଜ ଅଧା ଲିଭର ଦେଇ ପୁଅ ଶବ୍ଦର ଅର୍ଥକୁ  ସାର୍ଥକ କରିଛନ୍ତି।

ଲିଭର ଅକାମୀ ହୋଇଯାଇଥିବାରୁ ଆଉ ମାତ୍ର ୬ ମାସର ଅତିଥି ଥିଲେ ବାପା। ହେଲେ ଯମ ମୁହଁରୁ ଜୀବନ ଫେରାଇ ଆଣିଲା ପୁଅ। ବାପାଙ୍କୁ ନିଜ ଲିଭର ଦେଇ ନୂଆ ଜୀବନ ଦେଲା ପୁଅ। ସାରା ଦେଶରେ ପ୍ରଶଂସା ସାଉଁଟୁଥିବା ଘଟଣାଟି ହେଉଛି ମୁମ୍ବାଇର । ହଠାତ୍‌ ଲିଭର ଖରାପ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମୁମ୍ବାଇର ଜଣେ ବ୍ୟକ୍ତି ।

କେହି ଡୋନର ମିଳୁନଥିବାରୁ ତାଙ୍କ ହାତରେ ଆଉ ୬ ମାସ ସମୟ ଥିବା କହିଥିଲେ ଡାକ୍ତର । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡିଥିଲେ ପୁରା ପରିବାର । ଏପରି ପରିସ୍ଥିତିରେ ବାପାଙ୍କୁ ନିଜର ୬୫ ପ୍ରତିଶତ ଲିଭର ଦେଇ ନୂଆ ଜୀବନ ଦେଇଥିଲେ ପୁଅ । ଉଭୟଙ୍କ ସର୍ଜରୀ ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଉଭୟ ସୁସ୍ଥ ଅଛନ୍ତି ।

ତେବେ ଆଜିର ଦିନରେ ଯେଉଁଠି  ବାପାକୁ ହତାଦାର କରି  ପରିଣତ ବୟରେ ବାପାର ମୁହଁ ଚାହୁଁନି ଯେଉଁ କୁଳାଙ୍ଗାର ପୁଅ ସେହିମାନଙ୍କ ପାଇଁ ଏହିଭଳି ସୁପୁତ୍ର ଉଦାହାରଣ ପାଲଟିଛନ୍ତି। ଏହି  ଘଟଣାକୁ  ନେଇ ଅନେକ ବୁଦ୍ଧିଜୀବୀ ମହଳରେ ପ୍ରଶଂସା କରାଯାଇଛି ।

 

Leave A Reply

Your email address will not be published.