ଭୁବନେଶ୍ବର:ବାଇକ୍‌ ଲୁଟ୍ କରି ଫେରାର ମାରୁଥିବା ୨ ବାଇକ୍‌ ଲୁଟେରାକୁ କାବୁ କଲେ ଲୋକେ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର କଳ୍ପନା ଛକରୁ ଦୁଇ ବାଇକ୍‌ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ। ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ଥାନା ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ। ସେମାନଙ୍କଠାରୁ ଚୋରି ହୋଇଥିବା ବାଇକ୍‌ ଜବତ ହୋଇଛି।

ଗତକାଲି ଅଶୋକ ନଗରରୁ ଚୋରି ହୋଇଥିଲା ବାଇକ୍‌। ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଥିଲା। ସିସିଟିଭିରୁ ଦୁଇ ଲୁଟେରାଙ୍କୁ ଚିହ୍ନଟ କରିଥିଲେ ସ୍ଥାନୀୟ ଲୋକ। ଆଜି ହୋଟେଲରେ ଖାଉଥିବା ବେଳେ ଲୁଟେରାଙ୍କୁ କାବୁ କଲେ ଲୋକ । ଏହି ଲୁଟେରା ଗ୍ୟାଙ୍ଗରେ ୪ ଜଣ ଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.