Below header

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍‌ ଅପରାଧ ନୁହେଁ, ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ):ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍‌ ଅପରାଧ ନୁହେଁ । ଶିକ୍ଷକଙ୍କ ତାଗିଦ୍‌ ଯୋଗୁଁ ଛାତ୍ର ଆତ୍ମହତ୍ୟା କଲେ IPCର ଧାରା ୩୦୬ ଲାଗୁ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ ଅବଦୁଲ ନାଜିର ଓ ଜଷ୍ଟିସ କ୍ରୀଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଏଭଳି ଏକ ଘଟଣାରେ ଛାତ୍ର ଆତ୍ମହତ୍ୟା ନେଇ ରାଜସ୍ଥାନର ଜଣେ କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ଏତଲାକୁ ସର୍ବୋଚ୍ଚ ଅଦାଲତ ରଦ୍ଦ କରିଦେଇଛନ୍ତି । ରାଜସ୍ଥାନରେ ଜଣେ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିଲେ । ଛାତ୍ରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତେଇବା ନେଇ କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।

ତେବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଏତଲାକୁ ରଦ୍ଦ କରିବା ପାଇଁ ରାଜସ୍ଥାନ ହାଇକୋର୍ଟ ମନା କରିଦେଇଥିଲେ । ଏହା ବିରୋଧରେ କ୍ରୀଡ଼ା ଶିକ୍ଷକ ସୁପ୍ରିମକୋର୍ଟ ଯାଇଥିଲେ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଶିକ୍ଷକଙ୍କ କର୍ତ୍ତବ୍ୟ । ପିଲାମାନଙ୍କୁ ସ୍କୁଲରେ ଶାରୀରିକ ଦଣ୍ଡଦେବା ଆଇନସମ୍ମତ ନୁହେଁ । ହେଲେ ଏହାର ଅର୍ଥ ନୁହେଁ ଯେ ଜଣେ ଶିକ୍ଷକ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କ ବିଶୃଙ୍ଖଳା ପ୍ରତି ପୂରା ଆଖି ବୁଜିଦେବେ । ଶୃଙ୍ଖଳା ବଜାୟ, ଛାତ୍ରଛାତ୍ରୀ ସ୍କୁଲ ନ ଆସିଲେ କିମ୍ବା ଅମନଯୋଗୀ ହେଲେ ସେମାନଙ୍କୁ ଭର୍ତ୍ସନା କରିବା ଶିକ୍ଷକଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.