ଭୁବନେଶ୍ବରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ, କାଲି ପୁରୀ ସାଗର ତଟ ସ୍ଵଛ ଅଭିଯାନରେ ହେବେ ସାମିଲ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ। କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ସହ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ଵିନୀ ଚୌବେ । ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ଵାଗତ କରିଛନ୍ତି।  ଏୟାର୍‌ପୋର୍ଟରୁ ସିଧା ପୁରୀ ଯାଇଛନ୍ତି ଅଶ୍ଵିନୀ ଚୌବେ। ଆସନ୍ତାକାଲି ପୁରୀ ବେଳାଭୂମିରେ ସାଗର ତଟ ସ୍ଵଛ ଅଭିଯାନ ଏବଂ ଆଜାଦୀ କି ଅମୃତ ମହୋତ୍ସବରେ ଯୋଗ ଦେବା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ।

union miniser 2

ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ପୁର୍ବାଞ୍ଚଳ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ ରହିଛି। ଏହା ସହ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ବୈଠକ ରହିଛି। ସନ୍ଧ୍ୟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ମଧ୍ୟ କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.