ଚୀନ୍ ସୀମାରେ ଭାରତ ତାର ସ୍ପେସାଲ ଫୋର୍ସ ମୁତୟନ କରିଥିବା ସୂଚନା, ଏମାନେ ପାକିସ୍ତାନ ଉପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ : କଥା ଶୁଣୁନି ଅମାନିଆ ଚୀନ୍ । ତେଣୁ ତାକୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତି କାରି ସାରିଲାଣି ଭାରତ । ଆଜି ଏଥିପାଇଁ ଲଦାଖ ସୀମାରେ ଭାରତ ପକ୍ଷରୁ ସ୍ପେସାଲ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ପୂର୍ବ ଲଦାଖ ଏଲ୍‌ଏସିରେ ଗତ କିଛି ଦିନ ଧରି ଭାରତ ଓ ଚୀନ୍ ସେନା ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ତାର ସ୍ପେସାଲ ଫୋର୍ସକୁ ସେଠାକୁ ପଠାଇଥିବା କୁହାଯାଉଛି । ଏହି ସ୍ପେସାଲ ଫୋର୍ସ ଜରିଆରେ ଭାରତ ୨୦୧୭ରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ତେବେ ଏମାନେ ବର୍ତ୍ତମାନ ସଜାଗ ରହିବେ ଏବଂ ଆବଶ୍ୟକ ହେଲେ ସେମାନଙ୍କୁ କାମରେ ଲଗାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.