ଡବଲ ଡେକର ବସ୍‌କୁ ପିଟିଲା ଟ୍ରକ: ୩ ମୃତ, ୨୫ ଗୁରୁତର

ଗୁଜରାଟର ରାଜକୋଟ ବଳରାମପୁର ଜିଲ୍ଲାରେ ବସ୍‌ ଏବଂ ଟ୍ରକ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହାଇଥିବା ବେଳ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ଖୋଜୁଛି ପୋଲିସ ।

ଗୁଜରାଟର ରାଜକୋଟ ବଳରାମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଏବଂ ଟ୍ରକ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହାଇଥିବା ବେଳ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ସୋମବାର ସକାଳ ୭.୪୫ ମିନିଟରେ ଦେହାତ କୋତବାଲିର ବହରାଇଚ ବଳରାମପୁର ହାଇେଓ୍ଵରେ ଏକ ଟ୍ରକରେ ଚାଉଳ ଲଦା ହୋଇଯାଉଥିବା ବେଳେ ଏକ ଡବଲ ଡେକର ବସ୍‌ ସହିତ ଧକ୍କା ହୋଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଛି ।

ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ପିଲାର ସ୍ୱାସ୍ଥ୍ୟ ଗୁରୁତର ରହିଛି । ୧୦ ବର୍ଷର ପିଲାକୁ ଟ୍ରମା ସେଣ୍ଟର ଲକ୍ଷ୍ନୌକୁ ରେଫର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.