Below header

ରାମଲଲାଙ୍କ ମୂର୍ତ୍ତିରେ ରହିଛି ଏହିସବୁ ଚିହ୍ନ, ଜାଣନ୍ତୁ ମୂର୍ତ୍ତିରେ ଆଉ କଣ କଣ ସବୁ ରହିଛି

ରାମଲଲା ଦୁଇ ହାତରେ ଧରିଛନ୍ତି ସୁନା ଧନୁ ଓ ତୀର

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରତିମାକୁ ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଉନ୍ମୋଚିତ କରାଯିବ । କିନ୍ତୁ ତାପୂର୍ବରୁ ସାମ୍ନାକୁ ଆସିଛି କଳା ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଆଖି ଉପରେ ପ୍ରଥମେ ଏକ ହଳଦିଆ କପଡା ବନ୍ଧା ହୋଇଥିବା ବେଳେ ଏବେ ଆଖିରୁ ପଟି ବି ଖେଲାସରିଛି। ଏହି ପ୍ରତିମୂର୍ତ୍ତିକୁ ଗୋଲାପ ଫୁଲରେ ସଜାଯାଇଛି।

ଉତ୍ସର୍ଗ ସମାରୋହ ପୂର୍ବରୁ ଗୁରୁବାର ଅପରାହ୍ନରେ ପ୍ରଭୁ ରାମଙ୍କ ନୂତନ ପ୍ରତିମୂର୍ତ୍ତିକୁ ରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରର ଗର୍ଭଗୃହରେ ରଖାଯାଇଥିଲା। ବୁଧବାର ରାତିରେ ମୌସୁରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ୫୧ ଇଞ୍ଚର ପ୍ରତିମୂର୍ତ୍ତିକୁ ମନ୍ଦିରକୁ ଅଣାଯାଇଥିଲା। ତେବେ ଏହି ମୂର୍ତ୍ତି ବିଷୟରେ ଅନେକ କଥା ରହିଛି। ଚାଲନ୍ତୁ ସେସବୁ ଜାଣିବା।

: ମୂର୍ତ୍ତିର ଉପର ଭାଗରେ ସ୍ବସ୍ତିକ, ଓମ୍, ଚକ୍ର, ଗଦା ଏବଂ ସୂର୍ଯ୍ୟ ଭଗବାନଙ୍କ ଚିତ୍ର ଖୋଦିତ ହୋଇଛି।
: ମୂର୍ତ୍ତିଟିର ବାମ ହାତରେ ଏକ ସୁନା ଧନୁ ଏବଂ ଡାହାଣ ହାତରେ ଏକ ସୁନା ତୀର ଅଛି।
: ଏହାବ୍ୟତୀତ ରାମଲଲା ମୂର୍ତ୍ତିର ଉଭୟ ପାର୍ଶ୍ୱରେ ଭଗବାନଙ୍କ ଦଶ ଅବତାର; ମତ୍ସ୍ୟ, କୁର୍ମ, ବାରାହ, ନୃଶିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ କଳ୍କିଙ୍କର ୧୦ ଅବତାରର ଚିତ୍ର ଖୋଦିତ ହୋଇଛି।
: ପ୍ରତିମା ଉପରେ ପଦ୍ମ, ହନୁମାନ ଏବଂ ଗରୁଡ଼ର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି।
: ୨୦୦ କିଲୋଗ୍ରାମର ରାମଲଲାଙ୍କ ମୂର୍ତ୍ତିର ଉଚ୍ଚତା ୪.୨୫ ଫୁଟ ଏବଂ ମୋଟେଇ ୩ ଫୁଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.