ଫତେଗଡ ରାମ ମନ୍ଦିର ପାହାଡ ଉପରୁ ଓଲାଟିଲା ଟ୍ରାକ୍ଟର, ୧୫ ଗୁରୁତର

ଟ୍ରାକ୍ଟର ଓଲଟି ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଫତେଗଡ଼ ଥାନା ଅଂଚଳରେ l

ନୟାଗଡ : ଟ୍ରାକ୍ଟର ଓଲଟି ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଫତେଗଡ଼ ଥାନା ଅଂଚଳରେ l ୩ ଦିନ ବ୍ୟାପି ଫତେଗଡ଼ ଶ୍ରୀରାମ ପାହାଡ଼ ଶିଖରରେ ରାମ ଲାଲଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି l ବହୁ ସାଧୁସନ୍ଥଙ୍କ ସମାଗମ ଲାଗି ରହିଛି l ସ୍ଥାନୀୟ ଅଂଚଳବାସୀ ରାମ ଲାଲାଙ୍କ ଦର୍ଶନ ପାଇଁ ପାହାଡ଼ ଉପରକୁ ଆସନ୍ତି l

ଟ୍ରାକ୍ଟର ଯୋଗେ ୫୦ ଜଣ ଯାତ୍ରୀ ପାହାଡ଼ ଉପରକୁ ଯାଉଥିଲେ l ପାହାଡ଼ ଚଢିବା ସମୟରେ ଭାରସ୍ୟାମ ହରେଇ ଟ୍ରାକ୍ଟର ଓଲଟି ପଡିଥିଲା l ଟ୍ରାକ୍ଟରରେ ଥିବା ସମସ୍ତ ଯାତ୍ରୀଙ୍କୁ ସଂଗେ ସଂଗେ ଭାପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ସେଥି ମଧ୍ୟରୁ ଗୁରୁତର ୧୦ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି l

Leave A Reply

Your email address will not be published.