ବସ୍ତିରେ ତାଙ୍କର ଘର କିନ୍ତୁ ରାଜ୍ୟ ପାଇଁ ଜିତିଲେ ସୁନା

ଆଜିର ଯୁବପିଢ଼ିଙ୍କ ମଧ୍ୟରୁ ଅନେକ ଅବାଟକୁ ଆପଣେଇ ଥିଲାବେଳେ ଆଉ କେତେଜଣ ନିଜ ମାଟି,ଜାତି ଦେଶ ପାଇଁ ସୁନାମ ଅର୍ଜନ କରି ଆଣିଛନ୍ତି ଗର୍ବ ଓ ଗୌରବ ।

ଭୁବନେଶ୍ୱର (କେନି୍ୟୂଜ) : ଆଜିର ଯୁବପିଢ଼ିଙ୍କ ମଧ୍ୟରୁ ଅନେକ ଅବାଟକୁ ଆପଣେଇ ଥିଲାବେଳେ ଆଉ କେତେଜଣ ନିଜ ମାଟି,ଜାତି ଦେଶ ପାଇଁ ସୁନାମ ଅର୍ଜନ କରି ଆଣିଛନ୍ତି ଗର୍ବ ଓ ଗୌରବ । ସେଦିନର ସେହିକଥା ଆଜି ପ୍ରତ୍ୟେକ ଯୁବପିଢ଼ିଙ୍କ କାନରେ ଗୁଞ୍ଜରଣ ହେଉଛି ତାହା ହେଉଛି ଡାନିଙ୍କ କଥା । ହଁ ଆମେ କହୁଛୁ ଜଣେ ଯୁବକଙ୍କ ବିଷୟରେ । ତାଙ୍କ ନାଁ ହେଉଛି ଡାନି । ଘର କନ୍ଧମାଳ ଜିଲ୍ଲାର କେଉଁ ଅପହଞ୍ଚ ଅଞ୍ଚଳ ଉପାନ୍ତ ଗାଁରେ ।

ହେଲେ ଭୁବନେଶ୍ୱର ବସ୍ତିରେ ରହି ଆରମ୍ଭ କରନ୍ତି ଜୀବନଯାତ୍ରା । ଆସନ୍ତୁ ପୂରା ମୂଳରୁ ଜାଣିବା କଣ ହେଇଥିଲା । ବାପା ଚାଲିଯାଆନ୍ତି ଆରପାରିକୁ ଆଉ ଏକା ରହିଗଲେ ଡାନିଙ୍କ ମାଆ ଆଉ ପୁଅ ଝିଅ । ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଡାନିଙ୍କ ମାଆ ଆରମ୍ଭ କରନ୍ତି ସଂଘର୍ଷ । ପର ଘରେ କାମ କରି ଛୁଆଙ୍କୁ ବଡ କରିବା ଲକ୍ଷ ରଖନ୍ତି । ପୁଅ ଡାନି ବି ପିଲାବେଳୁ ଡ୍ୟାନ୍ସ ପ୍ରତି ରୁଚି ରଖି ଥିଲେ । ଘରେ ଲୁଚି ଛପି ବାପା ମାଆଙ୍କ ଅଜାଣତରେ ନାଚିବାକୁ ଯାଆନ୍ତି ।

ଡାନିଙ୍କ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିଛି । ତେବେ ଏହାରି ଭିତରେ ହଠାତ୍‌ ଦିନେ ଶୁଣିଲେ ମୁମ୍ବାଇରେ ଚାଲିଛି ହିପ୍ପ ଡ୍ୟାନ୍ସ ପ୍ରତି ଯୋଗିତା । ସେଠାରେ ଭାଗ ନେଳେ ହେଲେ ସଫଳତା ପାଇଲେ ନାହିଁ ଫେରିଲେ ଭୁବନେଶ୍ୱର । ଏମିତି ବାରମ୍ବାର ହେଲା ଶେଷରେ ପୂର୍ଣ୍ଣ ସଫଳତା ପାଇଁ ଅନେକ ଚେଷ୍ଟା କରନ୍ତି ଡାନି । ଶେଷରେ କିନ୍ତୁ ସଫଳତା ଡାନିଙ୍କ ପାଦ ଛୁଇଁଲା । ବସ୍ତିର ପୁଅ ବସ୍ତି ପାଇଁ ଆଣିଛି ସୁନା ।

ଭୁବନେଶ୍ୱରକୁ ଅଲଇଣ୍ଡିଆରେ ରିପ୍ରେଜେଣ୍ଟ କରି ହିପ୍ପ ଡ୍ୟାନ୍ସରେ ପ୍ରତିଯୋଗିତା ଆଣିଲେ ଦୁଇ ଦୁଇଟି ଗୋଲଡ ମେଡାଲ । ଖାଲି କଣ ସେତିକି ନୁହେଁ ଚାରୀ ହଜାର ଡ୍ୟାନ୍ସର ଭିତରେ ପ୍ରଥମ ସ୍ଥାନ ଅଧିକାର ଆଣିଲେ ଗୌରବ । ସୁନାମ ଅର୍ଜନ କରି ଯେଉଁ ଭଳି କୀର୍ତ୍ତି ଯୋଷ ଆଣିଛନ୍ତି ତାହା ଆଜିର ଯୁବପୀଢ଼ିଙ୍କ ପାଇଁ ନିହାତି ପ୍ରେରଣା ସାଜିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.