Below header

ଲକ ଡାଉନ ସମୟରେ ଖାଦ୍ୟ ନ ପାଇ ବଦଳୁଛି କୁକୁରଙ୍କ ବ୍ୟବହାର

କଣ ଆପଣ ଏହି ଲକ ଡାଉନ ସମୟରେ ନିଜ ଅଞ୍ଚଳର ତଥା ଆଖପାଖ ଇଲାକାର କୁକୁର ମାନଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ ଲକ୍ଷ କରିଛନ୍ତି କି ? ଯଦି ନିରିଖେଇକି ଦେଖିବେ ତେବେ ଜାଣି ପାରିବେ, ବିଭିନ୍ନ ସୋସାଇଟି, ରାସ୍ତା କଡ଼ ଆଦି ସ୍ଥାନରେ ରହୁଥିବା କୁକୁର ମାନଙ୍କ ବ୍ୟବହାରରେ କିଛି ଦିନ ହେବ କିଛିଟା ପରିବର୍ତ୍ତନ ଆସିଛି । ଆବଶ୍ୟକ ଅନୁସାରେ ଖାଦ୍ୟ ନପାଇ ସେମାନେ ଦିନକୁ ଦିନ ହିଂସ୍ର ହୋଇଉଠୁଛନ୍ତି ।

dog

ପୂର୍ବରୁ ରାସ୍ତା ଘାଟରେ ଯେଉଁ ମାନେ ଯିବା ଆସିବା କରନ୍ତି ଏହି କୁକୁର ମାନଙ୍କୁ ନିଜ ତରଫରୁ କିଛି କିଛି ଖାଦ୍ୟ ଦେଇଯାନ୍ତି । ଲକ ଡାଉନ କାରଣରୁ ଏବେ ସମସ୍ତେ ପ୍ରାୟ ନିଜ ନିଜ ଘରେ ହିଁ ରହୁଛନ୍ତି । ଘରୁ କେହି ପଦାକୁ ବାହାରୁ ନାହାନ୍ତି । ଏଭଳି ସ୍ଥିତିରେ କୁକୁର ମାନଙ୍କ କଥା ବୁଝିବ ବା କିଏ | ଦିନ ଦିନ ଧରି ଭୋକିଲା ରହିବା କାରଣରୁ ଏହି କୁକୁର ମାନେ ଆକ୍ରମଣାତ୍ମକ ହୋଇଉଠୁଛନ୍ତି । କାହା ହାତରେ କିଛି ଜିନିଷ ପତ୍ର ଦେଖିଲେ ଯେମିତି ସେମାନଙ୍କୁ ମାଡି ବସୁଛନ୍ତି । କୁକୁର ମାନଙ୍କ ଏପରି ବ୍ୟବହାରରେ ସବୁଠୁ ଅଧିକ ଭୟବିତ ଅଛନ୍ତି ଦିଲ୍ଲୀ ସ୍ଥିତ ନୋଏଡା ବାସୀ ।

ଏସବୁ ଭିତରେ କିଛି ଲୋକ ରାସ୍ତା କଡରେ ବୁଲୁଥିବା ଏହି ଜନ୍ତୁ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସେମାନଙ୍କ ପେଟ କଥା ବୁଝୁଛନ୍ତି । ଆମ ସହର ଭୁବନେଶ୍ୱରରେ ବି କିଛି ସ୍ବେଛାସେବୀ ସଂଗଠନ ତଥା ବ୍ୟକ୍ତି ମାନେ ରାସ୍ତାରେ ନିରାଶ୍ରୟା ଭାବେ ବୁଲୁଥିବା ଗାଈ, କୁକୁର ପରି ଅନ୍ୟାନ ଜୀବ ଜନ୍ତୁଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଏନେଇ ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.