କେରୋନାକୁ ନେଇ ଚାଲିଛି ଅଦ୍ଭୁତ ଗୁଜବ ପ୍ରଚାର, ଅନ୍ଧବିଶ୍ୱାସର କବଳରେ ପଡନ୍ତୁ ନାହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌): କରୋନାକୁ ନେଇ ଭୟ, ଆତଙ୍କ ତ ରହିଛି ତା ସହିତ ପରିହାସ ବି ଚାଲିଛି । ପୁଣି ଦେଖା ଦେଇଛି ଅନ୍ଧବିଶ୍ୱାସ । ଏବେ ଚର୍ଚ୍ଚା ଚାଲିଛି କରୋନା ଭାଇରସ୍‌ ହେଉଛି ଭୈରବ । ରାତିରେ ଆସି କବାଟ ପାଖରେ ପାଣି ମାଗୁଛି । ଏଭଳି ଅନ୍ଧବିଶ୍ୱାସର ଅପପ୍ରଚାର ତୁଣ୍ଡ ବାଇଦ ଭଳି ଚାରିଆଡ଼େ ମାଡ଼ି ଚାଲିଛି । ଅନେକ ଲୋକ ଏହାକୁ ବିଶ୍ୱାସ କରିବାକୁ ବି ପଛାଉ ନାହାନ୍ତି ।
ସେହିପରି ରାଜ୍ୟର କେତେକ ଅଞ୍ଚଳରେ ହଳଦିପାଣି ପକାଇବାରେ ଲାଗିଛନ୍ତି ମହିଳାମାନେ । ଚାଲ ଉପରକୁ ହଳଦି ପାଣି ପକାଇ ତାହା ଗଡ଼ି ଆସିବା ପରେ ତାକୁ ପିଇଲେ କୁଆଡ଼େ କରୋନା ପାଖ ମାଡ଼ିବ ନାହିଁ ବୋଲି ମଧ୍ୟ ଲୋକେ ବିଶ୍ୱାସ କରୁଛନ୍ତି ।

quarantine appଆମେ ଏଠି କହି ରଖୁଛୁ ଯେ ଏଭଳି ଗୁଜବକୁ କେହି ବିଶ୍ୱାସ କରନ୍ତୁ ନାହିଁ । ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ । ସେ ନିଜ ସନ୍ତାନଙ୍କ ପାଇଁ ଯାହା କରନ୍ତି ମଙ୍ଗଳ କରନ୍ତି । ଶ୍ରୀମନ୍ଦିର ବାନାରେ ନିଆଁ ଲାଗିବା, ମନ୍ଦିର ସବୁ ବନ୍ଦ ହେବା, ପୁଣି ଏବେ ବାନା ଚିରିବାକୁ ନେଇ ମଧ୍ୟ ଅନେକ ଗୁଜବ ପ୍ରଚାର ହେଉଛି । ଯଦି ଈଶ୍ୱରଙ୍କ ଉପରେ ଆସ୍ଥା ରଖିଛନ୍ତି ତେବେ ଏ ସବୁକୁ କଥାକୁ ବିଶ୍ୱାସ ନକରି ନିଜର କର୍ମ କରି ଚାଲନ୍ତୁ । ପରିସ୍ଥିତି ଅନୁସାରେ ନିଜକୁ ଆଗେଇ ନିଅନ୍ତୁ । ଦେଖିବେ କିଛି ବି ହେବ ନାହିଁ ।

ଅତୀତରେ ଆମ ରାଜ୍ୟରେ ହଇଜା ଓ ବସନ୍ତକୁ ଠାକୁରାଣୀ କହି ପୂଜା କରାଯାଉଥିଲା । ଠାକୁରାଣୀ ରାଗିଲେ ଏଭଳି ମହାମାରୀ ଘଟେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ସେହି ଯୁଗ ଯୁଗର ପୁରୁଣା ଅନ୍ଧବିଶ୍ୱାସ ପୁଣି ତାଜା ହୋଇଛି ।

ଅବଶ୍ୟ କରୋନାକୁ ନେଇ ଲୋକଙ୍କୁ ସଚେତନ କରୁଥିବା ପୋଲିସ୍‌ ଏବଂ ପ୍ରଶାସନର ମଧ୍ୟ ଏଦିଗରେ ଦାୟିତ୍ୱ ରହିଛି । ସେମାନେ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଲାଗି ବାର୍ତ୍ତା ଦେଲେ ଲୋକମାନେ ନିଶ୍ଚିତ ଭାବେ ଏସବୁରୁ ଦୂରେଇ ରହିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.