କେରଳରେ ବଢୁଛି ଆତ୍ମହତ୍ୟା ମାମଲା, ବାଧ୍ୟହୋଇ ଅନଲାଇନରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଦେଶରେ ଚାଲିଥିବା ଲକ୍ ଡାଉନ୍ ମଧ୍ୟରେ ମଦକୁ ନେଇ କେରଳରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଏଠାରେ ମଦ ନମିଳୁଥିବା କାରଣରୁ ଲୋକମାନେ ଆତ୍ମହତ୍ୟା କରିବା ଆରମ୍ଭ କରିଦେଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଅନଲାଇନରେ ମଦ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି ।

ସରକାରଙ୍କ କହିବା ଅନୁଯାୟୀ କେରଳରେ ମଦ ବିକ୍ରି ଉପରେ ରୋକ୍ ଲଗାଯିବା ପରେ ରାଜ୍ୟର ଅନେକ ଅଂଶରେ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି । ଏପରିସ୍ଥଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଲୋକମାନଙ୍କୁ ମଦ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ସରକାର ଅବକାରୀ ବିଭାଗକୁ କେବଳ ସେହି ଲୋକମାନଙ୍କୁ ମଦ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁ ମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମଦ ପିଉଛନ୍ତି । ଏହାସହିତ ମଦ ଅନଲାଇନରେ ଉପଲବ୍ଧ କରାଇବା ପାଇଁ ମଧ୍ଯ ଯୋଜନା ଚାଲିଛି ।

Kerala CM P. Vijayan tears into Sangh on Sabarimala

ସୂଚନା ଅନୁଯାୟୀ ରବିବାର କୋଡ଼ଙ୍ଗଲୁର୍ ଅଞ୍ଚଳରେ ଜଣେ ୩୨ ବର୍ଷୀୟ ଯୁବକ ମଦ ନମିଳିବା କାରଣରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ । ସେହିଭଳି ବଲିକୁନ୍ନମ୍ ଅଞ୍ଚଳରେ ମଧ୍ଯ ଜଣେ ବ୍ୟକ୍ତି ଆଫ୍ଟର ସେଭ ଲୋସନ ପି ଜୀବନ ହରାଇଛନ୍ତି । ତେବେ ସାରା ଦେଶ ଏବେ ଲକ୍ ଡାଉନ୍ ରହିଥିବା ବେଳେ କେରଳ ସରକାର୍ ନିଶାଖୋର ଲୋକମାନଙ୍କର ମାଗଣାରେ ଚିକିତ୍ସା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କେରଳରେ ମଦ ନମିଳୁଥିବା କାରଣରୁ ଅନେକ ସାମାଜିକ ସମସ୍ୟା ଦେଖାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୦୦ ରହିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.