ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

ଇଟାଲୀ: ଇଟାଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ହଜାର ୭୭୯ ଲୋକ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ଶେଷକୃତ୍ୟ ପାଇଁ ସ୍ଥାନ ମିଳୁନାହିଁ । ଏତେ ସଂଖ୍ୟାରେ ମୃତଦେହକୁ ପୋତିବା ପାଇଁ ମଶାଣିରେ ସ୍ଥାନ ନାହିଁ । ଏଥିପାଇଁ ମୃତଦେହକୁ ଧାଡିରେ ରଖାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଫି୍ରଜ୍‌ରେ କଫିନରେ ମୃତଦେହକୁ ରଖାଯାଉଛି ।

cremetion ପ୍ରତିଦିନ ୫୦୦ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଚନ୍ତି । ହେଲେ ଏହି ସଂଖ୍ୟାରେ ମୃତଦେହ ପୋତିବାକୁ ଇଟାଲୀରେ ସ୍ଥାନ ନାହିଁ । ଏଥିପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ଇଟାଲୀ ସରକାର । ମୃତଦେହକୁ ଧାଡିରେ ରଖାଯାଉଛି । ଯେତେବେଳେ ଯାହାର ସମୟ ଆସିବ, ସେତେବେଳେ ମୃତଦେହକୁ ପୋତାଯିବ । ବିଭିନ୍ନ ସ୍ଥାନରୁ ମୃତଦେହକୁ ଗାଡିରେ ମଶାଣିକୁ ଅଣାଯା ଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.