Below header

ଲାଞ୍ଚ ନେଉଥିଲେ ସବ୍‌-ଇନ୍ସପେକ୍ଟର; ଭିଜିଲାନ୍ସ ଟିମ୍‌କୁ ଦେଖୁ ଦେଖୁ ଗିଳି ପକାଇଲେ ୪୦୦୦ ଟଙ୍କା! ପୂର୍ବରୁ ନେଇ ସାରିଥିଲେ ୬ ହଜାର

ହରିୟାଣାର ଫରିଦାବାଦରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି ଯେ ଏଠାରେ ଏକ ମଇଁଷି ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ବଦଳରେ ଜଣେ ସବ୍‌-ଇନ୍ସପେକ୍ଟର ଅଭିଯୋଗକାରୀଙ୍କଠାରୁ ୪୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଆଉ ଯେତେବେଳେ ସେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ, ତ ସେହି ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା।

କିନ୍ତୁ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ସବ୍‌-ଇନ୍ସପେକ୍ଟର ଭିଜିଲାନ୍ସ ଅଧିକାରୀଙ୍କୁ ସାମ୍ନାରେ ଦେଖିଥିଲେ, ସଙ୍ଗେ ସଙ୍ଗେ ସେ ୪୦୦୦ ଟଙ୍କାକୁ ଗିଳିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସବ୍‌-ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେଠାରେ ଉପସ୍ଥିତି କେହି ଜଣେ ବ୍ୟକ୍ତି ଏହାର ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ସୂଚନା ମୁତାବକ, ସେକ୍ଟର-୩ରେ ମୁତୟନ ସବ୍‌-ଇନ୍ସପେକ୍ଟର ମହେନ୍ଦ୍ର ପାଲଙ୍କ ବିରୋଧରେ ଭିଜିଲାନ୍ସ ଟିମ୍‌ଙ୍କୁ ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁସାରେ, ସବ୍‌-ଇନ୍ସପେକ୍ଟର ପାଲ୍‌ ମଇଁଷି ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୀଡ଼ିତଙ୍କଠାରୁ ଲାଞ୍ଚ ମାଗୁଛନ୍ତି। ଖବର ପାଇ ଭିଜିଲାନ୍ସ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା ଏବଂ ଲାଞ୍ଚ ନେବା ସମୟରେ ସବ୍‌-ଇନ୍ସପେକ୍ଟରଙ୍କୁ ଗିରଫ କରିଥିଲା।

ଅଭିଯୋଗକାରୀ କହିଛନ୍ତି କି, ଗତ ରବିବାର ବିଳମ୍ବିତ ରାତିରେ କେହି ଜଣେ ତାଙ୍କ ଘରୁ ମଇଁଷି ଚୋରି କରି ନେଇଥିଲା। ଯେତେବେଳେ ସେ ପରଦିନ ସକାଳେ ସେକ୍ଟର-୩ ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିଲେ, ତ ସେଠି ଡ୍ୟୁଟିରେ ଥିବା ସବ୍‌-ଇନ୍ସପେକ୍ଟର କାର୍ଯ୍ୟାନୁଷ୍ଠାନ ବଦଳରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉଭୟଙ୍କ ମଧ୍ୟରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।

ପ୍ରଥମେ ଶମ୍ଭୁନାଥ ୪ ହଜାର ଟଙ୍କା ଦେଇଥିଲେ ଏବଂ ପରେ ୨ ହଜାର ଟଙ୍କା ଦେଇଥିଲେ। ଆଉ ଯେତେବେଳେ ସେ ସବ୍‌-ଇନ୍ସପେକ୍ଟରଙ୍କୁ ତାଙ୍କ ପାଖରେ ଟଙ୍କା ନ ଥିବା କଥା କହିଥିଲେ, ତ ସବ୍‌-ଇନ୍ସପେକ୍ଟର କିଛି ନ ଶୁଣି ବାକି ୪ ହଜାର ଟଙ୍କା ମାଗିଥିଲେ। ଶେଷରେ ଏଥିରେ ଚିନ୍ତିତ ହୋଇପଡ଼ି ଶମ୍ଭୁନାଥ ଏ ବିଷୟରେ ହରିୟାଣା ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.