ଛାତ୍ରଛାତ୍ରୀ ଏଣିକି ପଢି ପାରିବେ ୩ କିମ୍ବା ୪ ବର୍ଷିଆ ସ୍ନାତକ ଡିଗ୍ରୀ, ମିଳିବ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ଏଣିିକି ୩ କିମ୍ବା ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ଛାତ୍ରଛାତ୍ରୀ ଏଣିକି ୩ କିମ୍ବା ୪ ବର୍ଷିଆ ସ୍ନାତକ ଡିଗ୍ରୀ ପଢି ପାରିବେ । ଜଣେ ଚାହିଁଲେ ଗୋଟିଏ ପାଠ୍ୟକ୍ରମକୁ ବନ୍ଦ କରି ଆଉ ଏକ ବିଷୟରେ ସ୍ନାତକ ପଢିପାରିବେ । ଏହାସହ ପିଲାଙ୍କୁ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ ମଧ୍ୟ ମିଳିବ । ପାଠ୍ୟକ୍ରମରେ ସେମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଅଣାଯାଇଛି ।

ନୂଆ ପାଠ୍ୟକ୍ରମ ବ୍ୟବସ୍ଥାକୁ ଲାଗୁ କରିବାକୁ ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଚିଠି ଲେଖିଛି ୟୁଜିସି । ଉଚ୍ଚ ଶିକ୍ଷାନୁଷ୍ଠାନରେ ପୂର୍ବରୁ ୩ ବର୍ଷିଆ ପାଠ୍ୟକ୍ରମ ଥିଲା । ୩ ବର୍ଷରେ ୬ଟି ସେମିଷ୍ଟାର ଦେବା ପରେ ପିଲାଙ୍କୁ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ମିଳୁଥିଲା ।

ଯେଉଁ ପିଲା ପ୍ରାରମ୍ଭିକ ୬ଟି ସେମିଷ୍ଟାରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ ଗ୍ରାଜୁଏସନ୍‌ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ୪ର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.