Below header

ସପନ ସରକାରଙ୍କ ଗାଁରେ ଶୋକାକୂଳ ପରିବେଶ: ୪ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ନବରଙ୍ଗପୁର (କେନ୍ୟୁଜ୍): ସପନ ସରକାରଙ୍କ ଗାଁରେ ଶୋକାକୂଳ ପରିବେଶ । ପରିବାରର ୪ ଜଣଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି । ପୋଲିସର ତଦନ୍ତ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସପନଙ୍କ ପରିବାର ଗୋଟିଏ ପ୍ରକାର ବେସାହାରା ହୋଇଛନ୍ତି ଓ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ କାର୍ଯ୍ୟାଳୟରେ ସୁପରଭାଇଜର୍‌ ଥିଲେ ସପନ ସରକାର । ସପନ୍‌ ନିଜ ପତ୍ନୀ ଓ ଦୁଇଜଣ ସମ୍ପର୍କୀୟଙ୍କ ସହ ଶନିବାର ରାତିରେ ଭୋଜି ଖାଇ ଛତିଶଗଡ଼ର କାଙ୍କେରରୁ ବାହାରିଥିଲେ । ପରେ ଆଉ ତାଙ୍କର ଖୋଜ୍‌ ଖବର ମିଳିନଥିଲା । ବହୁ ଖୋଜାଖୋଜି ପରେ କାଙ୍କେର ୩୦ ନମ୍ବର ଜାତୀୟ ରାଜପଥ ନିକଟ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଗାଡ଼ି ସହ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟ ତିନିଟି କାର ଘରକୁ ଫେରିଥିବା ବେଳେ ସପନଙ୍କ ଗାଡ଼ି ଆଉ ଘରକୁ ଫେରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.