Below header

ପୁଣି ଥରିଲା ସୁଦାନ: ଖାର୍ତୂମ୍‌ରେ ବିମାନ ଆକ୍ରମଣ ଯୋଗୁ ୨୨ ନିହତ, ଅନେକ ଆହତ

ଏୟାର ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ । ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀଙ୍କ ସଂଘର୍ଷ ଭିତରେ ଏୟାର ଷ୍ଟ୍ରାଇକ୍‌ । ସୁଦାନର ରାଜଧାନୀ ଖାର୍ତୁମ୍‌ ନିକଟ ସହର ଓମଡୁରମାନରେ ଏୟାରଷ୍ଟ୍ରାଇକ୍‌ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି।

ନୂଆଦିଲ୍ଲୀ : କିଛି ଦିନର ନିରବତା ପରେ ପୁଣି ଥରିଲା ସୁଦାନ । ଏୟାର ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀଙ୍କ ସଂଘର୍ଷ ଭିତରେ ଏୟାର ଷ୍ଟ୍ରାଇକ୍‌ । ସୁଦାନର ରାଜଧାନୀ ଖାର୍ତୁମ୍‌ ନିକଟ ସହର ଓମଡୁରମାନରେ ଏୟାରଷ୍ଟ୍ରାଇକ୍‌ ହୋଇଛି । ଦୁଇ ସାମରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସପ୍ତାହ ବ୍ୟାପୀ ଚାଲିଥିବା ସଂଘର୍ଷରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି ।

ଗତ ମାସରେ ଖାର୍ତୁମ୍‌ରେ ଏୟାର ଷ୍ଟ୍ରାଇକ୍‌ରେ ୫ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମିଡିଆ ରିପୋର୍ଟ ମୁତାବକ, ସେନା ଆବାସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ କରିଥିବା ଆରଏସ୍‌ଏଫ୍‌ ଅଭିଯୋଗ କରିଛି । ସୁଦାନ ସେନାକୁ କଡ଼ା ନିନ୍ଦା ମଧ୍ୟ କରିଛି । ..ଦୁଇ ମାସ ତଳେ ସୁଦାନରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ସୁଦାନ ମିଲିଟାରୀ ଓ ପାରାମିଲିଟାରୀ ଯୁଦ୍ଧରେ ୫୦୦ରୁ ଅଧିକ ଜୀବନ ଯାଇଥିଲା । ୪ ହଜାରରୁ ଅଧିକ ଆହତ ହୋଇଥିଲେ । ଏବେ ପୁଣି ସଂକଟ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.