ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ, କୋଭିଡ ଜନିତ ମୃତ୍ୟୁ ପାଇଁ ସାର୍ଟିଫିକେଟ ନଦେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : କରୋନାରେ ମୃତ୍ୟୁ ହେଲେ ଡେଥ୍ ସାର୍ଟିଫିକେଟ ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଯଦି ଡେଥ୍ ସାର୍ଟିଫିକେଟ ନ ଦିଆଯାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସ୍ପଷ୍ଟ କରିଛନ୍ତି ।

ଅନ୍ୟୂନ ୬ଟି ରାଜ୍ୟରେ କୋଭିଡ୍ଜନିତ ପଞ୍ଜିକୃତ ମୃତ୍ୟୁସଂଖ୍ୟା ଏବଂ ବାସ୍ତବ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ଅମେଳ ରହୁଥିବା କଥା ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦେଶ ଦେଇଛନ୍ତି।

ଘରେ କିମ୍ବା ମେଡିକାଲ ବାହାରେ କୋଭିଡ ମୃତ୍ୟୁ ଘଟିଲେ ମଧ୍ୟ କୋଭିଡ ଡେଥ୍ ସାର୍ଟିଫିକେଟ ଦିଆଯାଉନାହିଁ । ଏମାନଙ୍କୁ ଲଙ୍ଗସ୍ କିମ୍ବା ହାର୍ଟ ଜନିତ ଡେଥ୍ କହି ଦିଆଯାଉଛି । ଫଳରେ ମୃତକ ପରିବାର କୋଭିଡ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଡେଥ୍ ସାର୍ଟିଫିକେଟରେ ଡେଥର କାରଣ ଲେଖିବା ପାଇଁ ଜଷ୍ଟିସ ଏମ୍. ଆର୍ ସାହା କହିଛନ୍ତି ।

ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ପରିବାରର ପ୍ରତି ଲୋକଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଭିନ୍ନ ଏକ ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ଡେଥ୍ ସାର୍ଟିଫିକେଟ ପାଇଁ ସରକାର ଏକକ ନିୟମ ପାଳନ କରନ୍ତୁ ବୋଲି ଜଷ୍ଟିସ ସାହା ସରକାରଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.