ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ, ପ୍ରଥମ ପାଳିରେ ଭାରତର ୨୧୭ ରନ୍‌

ଲଣ୍ଡନ : ନ୍ୟୁଜିଲାଣ୍ଡ ବୋଲର୍‌ କାଇଲ୍‌ ଜାମିସନ୍‌ ନେଲେ ୩୧ ରନ୍‌ରେ ୫ ଓ୍ଵିକେଟ୍‌ । ଆଉ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ମ୍ୟାଚ୍‌ ପ୍ରଥମ ପାଳିରେ ଭାରତ ୨୧୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ।

ପ୍ରଥମ ଦିନ ବର୍ଷା ଯୋଗୁଁ ଆଦୌ ଖେଳ ହୋଇ ପାରିନଥିଲା । ସେହିଭଳି ଗତକାଲି ଦ୍ୱିତୀୟ ଦିନରେ ବ୍ୟାଡ୍‌ ଲାଇଟ୍‌ ପାଇଁ ବହୁ ସମୟ ଖେଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଆଜି ତୃତୀୟ ଦିନରେ ଖେଳ ଜାରି ରହିଛି । ଗତକାଲି ଇନିଂସ୍‌କୁ ଅବ୍ୟାହତ ରଖି ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ୨୧୭ ରନ୍‌ କରି ତାର ୧୦ ଓ୍ଵିକେଟ୍‌ ହରାଇଛି ।

KAYLE
କାଇଲ୍‌ ଜାମିସନ୍‌

ଭାରତୀୟ ଦଳ ପକ୍ଷରୁ ଅଜିଙ୍କ୍ୟ ରାହାଣେ ସର୍ବଧିକ ୪୯ ରନ୍‌ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୪୪ ରନ୍‌ ସ୍କୋର କରିଥିଲେ । ଏମାନଙ୍କ ଭାଗିଦାରୀ ଯୋଗୁଁ ଦଳ ଦୁଇ ଶହ ରନ୍‌ ଟପି ପାରିଥିଲା । ଏମାନଙ୍କ ସହ ଜାଡେଜା ୧୫, ଅଶ୍ୱିନ୍‌ ୨୨ ରନ୍‌ କରିଥିଲେ । ପୂର୍ବ ଦିନ ଓପ୍ନର ରୋହିତ ଶର୍ମା ୩୪ ଏବଂ ଶୁଭମାନ ଗିଲ ୨୮ ରନ୍‌ ସ୍କୋର କରିଥିଲେ ।

ମ୍ୟାଚ୍‌ର ପ୍ରାୟ ଅଢ଼େଇ ଦିନ ଖେଳ ସରିଥିବା ବେଳେ ଶେଷ ହୋଇଛି ମାତ୍ର ଗୋଟିଏ ଇନିଂସ୍‌ । ଏବେ ଦେଖିବାର କଥା ଏହି ଫାଇନାଲ୍‌ ମ୍ୟାଚ୍‌ର କିଛି ଫଳାଫଳ ବାହାରୁଛି ନା ଡ୍ର’ରେ ସରୁଛି ।

score-1

score-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.