ଆଫଗାନିସ୍ତାନ ରାଷ୍ଟ୍ରପତି ପ୍ୟାଲେସକୁ କବଜା କଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରାଷ୍ଟ୍ରପତି ପ୍ୟାଲେସକୁ କବଜା କଲା ତାଲିବାନ । ରାଷ୍ଟ୍ରପତି ପ୍ୟାଲେସରେ ଚାଲିଲା ତାଲିବାନର ହୁକୁମାତି। ଗୋଟିଏ ପରେ ଗୋଟିଏ ସହର ଦଖଲ କରିବା ପରେ କାବୁଲ ଦଖଲ କଲା ତାଲିବାନ। ସେଠାରେ ଥିବା ଜାତୀୟ ପତାକାକୁ ହଟାଇ ତାଲିବାନ ପତାକା ଉଡାଇଛନ୍ତି । ଏବେ ଆସିଥିବା କିଛି ଫଟୋରୁ ଏହା ସ୍ପଷ୍ଟ ହୋଇଛି । ରାଷ୍ଟ୍ରପତି ଭବନରେ ହତିଆର ସହ ନଜର ଆସିଛନ୍ତି ତାଲିବାନ ସଦସ୍ୟ । ଚାଲିଛି କ୍ଷମତା ହସ୍ତାନ୍ତର ପ୍ରକ୍ରିୟା । ଆଫଗାନ ସେନା ଖାଲି କରିଥିବା ଆଉଟପୋଷ୍ଟ ଦଖଲ କରିଛନ୍ତି ତାଲିବାନ ଯୋଦ୍ଧା । ଏକ ସମୟରେ ସହରର ଚାରିପଟୁ ପ୍ରବେଶ କରିଥିଲେ।

ଅନ୍ୟପଟେ ଆଫଗାନିସ୍ତାନ ଏୟାରପୋର୍ଟର ଏକ ଭିଡିଓ ଆସିଛି । ଯେଉଁଥିରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନିଜ ଦେଶକୁ ଯିବା ପାଇଁ ଲୋକଙ୍କ ଭିତରେ ବ୍ୟାକୁଳତା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.