Below header

ଧନୀ ହେବା ପାଇଁ ମହିଳାଙ୍କ ବଳି ଦେବାକୁ ଯୁବକଙ୍କୁ ଉସକାଇଥିଲା ତାନ୍ତ୍ରିକ, ଶୂନଶାନ ରାସ୍ତାରେ ମହିଳାଙ୍କୁ ଆକ୍ରମଣ କରି ଯୁବକ ଗିରଫ

ଜଲଦି ଧନୀ ହେବାକୁ ଚାହୁଁଛ, ମହିଳାଙ୍କ ବଳି ଦିଅ । ତାନ୍ତ୍ରିକଙ୍କ ଏଭଳି କଥାରେ ଫସିଗଲେ ଯୁବକ । ଶୂନଶାନ ରାସ୍ତାରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରି ବଳି ଦେବା ପାଇଁ ନେଉଥିବା ବେଳେ ପୋଲିସ ଯୁବକଙ୍କୁ ଗିରଫ କରିଛି ।

ଜଲଦି ଧନୀ ହେବାକୁ ଚାହୁଁଛ, ମହିଳାଙ୍କ ବଳି ଦିଅ । ତାନ୍ତ୍ରିକଙ୍କ ଏଭଳି କଥାରେ ଫସିଗଲେ ଯୁବକ । ଶୂନଶାନ ରାସ୍ତାରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରି ବଳି ଦେବା ପାଇଁ ନେଉଥିବା ବେଳେ ପୋଲିସ ଯୁବକଙ୍କୁ ଗିରଫ କରିଛି । ପଞ୍ଜାବ ଫତେହଗଡ ସାହିବରେ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ପରେ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ।

ଏହି ମାମଲାରେ ପୋଲିସ ଆଇଜି ରୁପନଗର ରେଞ୍ଜ ଗୁରପ୍ରୀତ ସିଂ ଭୁଲ୍ଲେର କହିଛନ୍ତି ଗତ ୧୯ତାରିଖରେ ଥାନାକୁ ଏହି ଖବର ବିଷୟରେ ସୂଚନା ମିଳିଥିଲା । ଜଣେ ବୟସ୍କ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣକାରୀ ଯୁବକ ଜଣକ ମହିଳାଙ୍କୁ ମୃତ ଭାବି କେନାଲ କୂଳରେ ପକାଇ ଦେଇଥିଲେ । ସ୍ଥାନୀୟ ଲୋକ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ । ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ଆଉ ପୋଲିସ ୧୦ ଘଣ୍ଟା ଭିତରେ ଦୁହିଁଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ କୁଲଦୀପ ସିଂ ଏବଂ ଜସବୀର ସିଂ ଗାଁ ଫିରୋଜପୁର ସର୍କସ ଏବଂ ସାଇକେଲ ଶୋ କରିଥାନ୍ତି । ପାଖାପାଖି ୮ ମାସ ପର୍ଯ୍ୟନ୍ତ ସେମାନେ ଗାଁରେ ସାଇକେଲ ଶୋ୍‌ କରିଥିଲେ । ଏହି ସମୟରେ ପୀଡିତା ଜଣକର ତାଙ୍କ ସହିତ ସାକ୍ଷାତ ହୋଇଥିଲା ।
ଯୁବକ ଜଣକ ଜଲଦି ଧନୀ ହେବା ଚକ୍କରରେ ତାନ୍ତ୍ରିକ କଥା ମାନି ଏଭଳି କାଣ୍ଡ ରଚିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.