Below header

କରୋନାରେ ଆକ୍ରାନ୍ତ ଶିଶୁଟି ନେବାକୁ ହାତ ବଢ଼ାଉଥିବା ବେଳେ ଛୁଆକୁ କୋଳେଇ ନ ପାରି ଭୋ ଭୋ ହୋଇ କାନ୍ଦି ପକାଇଲେ ପିତା, ଦେଖନ୍ତୁ ଭିଡିଓ

ବର୍ତ୍ତମାନ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ୍‌ରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ଚୀନ୍‌ରେ ସ୍ଥିତି ଗମ୍ଭୀର ରହିଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। କରୋନାର କୌଣସି ଲକ୍ଷଣ ଦେଖିଲେ ରୋଗୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳୁଛି। ରୋଗୀଙ୍କୁ ଅବଜରଭେସନରେ ଅନ୍ୟମାନଙ୍କ ଠାରୁ ଦୂରରେ ରଖାଯାଉଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Image result for corona in china baby video

ଚୀନ୍‌ରେ କରୋନାର ପ୍ରଭାବ ଏତେ ମାତ୍ରାରେ ବଢ଼ିଗଲାଣି ଯେ ପିଲାଠୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛି। ବର୍ତ୍ତମାନ ଚୀନ୍‌ରେ ପ୍ରାୟ ୧୮ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଇତି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିବାକୁ ପରେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ।

ଭିଡିଓରେ ଏକ କରୋନା ଆକ୍ରାନ୍ତ ଶିଶୁକୁ କାଚ ଘର ଭିତରେ ଅବଜରଭେସନ୍‌ରେ ରଖାଯାଇଛି। ପିଲାଟି କାଚ ପଟେ ତାର ପିତାଙ୍କୁ ଦେଖି ତାକୁ ନେବାକୁ ହାତ ବଢ଼ାଉଛି କିନ୍ତୁ କରୋନା ଯୋଗୁ ପିତା ନିଜ ଛୁଆକୁ କୋଳେଇ ପାରୁନାହାନ୍ତି। ଫଳରେ ଭୋ ଭୋ ହୋଇ କାନ୍ଦିପକାଇଛନ୍ତି। ନିରୀହ ଶିଶୁ ମଧ୍ୟ କାଚ ଭିତରେ ଏକୁଟିଆ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଛୁଆଟି କାନ୍ଦୁଥିବା ବେଳେ ପିତା ଚାହିଁଲେ ବି ତାକୁ କୋଳକୁ ନେଇ ଗେଲ କରିପାରୁନଥିବାରୁ କାନ୍ଦୁଥିବା ଦେଖାଯାଇଛି।

Image result for corona in china baby video

ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଯିଏ ବି ଦେଖୁଛି ସେ ନିଜ ଲୁହକୁ ରୋକିପାରୁନାହିଁ। ଭିଡିଓକୁ ଟ୍ଵିଟରରେ ରୁବାବ ସେଠୀ ସେୟାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୪.୭ ହଜାର ଲୋକ ଦେଖି ସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.