Below header

ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ ହେଲେ “ତେହେଲକା”ର ମୁଖ୍ୟ ସଂପାଦକ ତରୁଣ ତେଜପାଲ

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷମୁକ୍ତ । ବରିଷ୍ଠ ସାମ୍ବାଦିକ ତଥା ତେହେଲକାର ପ୍ରତିଷ୍ଠାତା ସଂପାଦକ ତରୁଣ ତେଜପାଲଙ୍କୁ ଗୋଆର ଅତିରକ୍ତ ଦୌରାଜଜ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍‌ଟରେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଗୋଆରେ ତେଜପାଲଙ୍କ ନାଁରେ ୨୦୧୩ ନଭେମ୍ବରରେ ମାମଲା ରୁଜୁ କରା ଯିବାପରେ ସେ ଗିରଫ ହୋଇଥିଲେ । ୨୦୧୪ ମେ ମାସରୁ ସେ ଜାମିନରେ ଥିଲେ।

ଗୋଆ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ । ଦୁଷ୍କର୍ମ ନେଇ ବିଭିନ୍ନ ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ମାମଲାର ଶୁଣାଣି ପରେ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଏପ୍ରିଲ ୨୭ରେ ମାମଲାର ରାୟ ଆସିବାର ଥିଲେ ମଧ୍ୟ ତେଜପାଲଙ୍କ ଓକିଲ କୋଭିଡରେ ପ୍ରାଣ ହରାଇବା ପରେ ରାୟ ପ୍ରକାଶରେ ବିଳମ୍ବ ଘଟିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.