ଭୁବନେଶ୍ବର କୁମାରଙ୍କ ବାପାଙ୍କ ପରଲୋକ, ଗତ କିଛି ମାସ ହେଲାଣି କ୍ଯାନସରରେ ଥିଲେ ପୀଡିତ

ଭାରତୀୟ କ୍ରିକେଟ ଟିମର ପେସ ବୋଲର ଭୁବନେଶ୍ବର କୁମାରଙ୍କ ବାପା କିରନ୍ ପାଲ୍ ସିଂଙ୍କ ପରଲୋକ ହୋଇଛି। ମିରଟର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସେ କିଛି ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଯକୃତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ।

କିରଣ ପାଲ ସିଂ ଉତ୍ତରପ୍ରଦେଶ ପୋଲିସରେ ନିଯୁକ୍ତି ପାଇଥିଲେ ଏବଂ ଅସୁସ୍ଥତା ହେତୁ ସେ ଅକାଳ ଅବସର ନେଇଥିଲେ । କୁହାଯାଉଛି ଯେ ସେ ନୋଏଡା ଏବଂ ଦିଲ୍ଲୀରେ ମଧ୍ୟ ସଫଳ କେମୋଥେରାପି କରିଥିଲେ ।

କିଛି ସମୟ ପାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ପ୍ରଥମେ ଗଙ୍ଗନଗର ଏବଂ ପରେ ମୁଜାଫରନଗରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନଥିଲା ଏବଂ ଗୁରୁବାର ଦିନ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.