ମାଣ୍ଡିଆ କେବଳ ଶରୀରକୁ ଫାଇଦା ନୁହେଁ କ୍ଷତି ମଧ୍ୟ ପହଞ୍ଚାଏ, ଜାଣନ୍ତୁ କ’ଣ

ଔଷଧୀୟ ଗୁଣରେ ଭରପୂର ମାଣ୍ଡିଆ। ଯାହା ଭାରତର ଅଲଗା ଅଲଗା ରାଜ୍ଯରେ ଅଲଗା ନାମରେ ଜଣାଶୁଣା। ମାଣ୍ଡିଆକୁ ରାଜି, ନାଚନୀ, ଫିଗର ମିଲେଟ ନାମରେ ମଧ୍ୟ ଜଣାଶୁଣା। ଲୋକେ ମାଣ୍ଡିଆକୁ ବିଭିନ୍ନ ପ୍ରକାରରେ ବ୍ଯବହାର କରିଥାନ୍ତି। ଏଥିରେ କ୍ଯାଲସିୟମ, କାର୍ବୋ ହାଇଡ୍ରେଟ, ଫୋଟାସିୟମ ଫାଇବର, ଲାଇସିନ ଏମିନୋ ଏସିଡ, ମିଥିୟୋନିନ ଏବଂ ଭିଟାମିନ ଡି ରହିଥାଏ। ଯାହା ଶରୀର ପାଇଁ ବେଶ ଫାଇଦାଯୁକ୍ତ। କେବଳ ଏହା ଖାଇବା ଶରୀର ପାଇଁ ଫାଇଦାଯୁକ୍ତ ନୁହେଁ ବରଂ କ୍ଷତିକାରକ ମଧ୍ୟ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା, ଖାଇଲେ କ’ଣ ହୋଇଥାଏ କ୍ଷତି..

– ଯଦି ଆପଣ କିଡନୀ ସହିତ ଜଡିତ କିଛି ସମସ୍ଯା ଭୋଗୁଥାନ୍ତି, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ।

– ଥାଇରଏଡ ରୋଗୀ ମାଣ୍ଡିଆ କେବେ ଖାଆନ୍ତୁ ନାହିଁ। ଏହାକୁ ଅଧିକ ଖାଇବା ଦ୍ବାରା ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ।

– ଯେଉଁ ଲୋକଙ୍କର କୋଷ୍ଠକାଠିନ୍ଯ ସମସ୍ଯା ରହିଥାଏ, ସେମାନେ ଏହାକୁ କମ୍ ଖାଇବା ଉଚିତ।

mandia
photo credit: Healthline

– ମାଣ୍ଡିଆରେ ଅନେକ ତତ୍ତ୍ବ ରହିଥାଏ, ଯାହାର ବ୍ଯବହାର କରିବା ଦ୍ବାରା ଡାଇରିଆ, ପେଟ ଗ୍ଯାସର ସମସ୍ଯା ହୋଇଥାଏ। ଯଦି ଆପଣଙ୍କ ପେଟରେ ଗ୍ଯାସ ସମସ୍ଯା ଦେଖାଯାଏ, ତେବେ ମାଣ୍ଡିଆ କଦାପି ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.