Below header

ବଳାତ୍କାରୀଙ୍କୁ ଚେତାବନୀ ହେଲେ ତେଲେଙ୍ଗାନାର ମନ୍ତ୍ରୀ, କହିଲେ ‘ଭୁଲ କଲେ ହେବ ଏନ୍‌କାଉଣ୍ଟର’

ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିବା ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। କେହି ଏହାକୁ ଠିକ୍‌ ହୋଇଥିବା କହୁଥିବା ବେଳେ ଆଉ କିଛି ରାଜନେତା ଏହି ଘଟଣାକୁ ପୋଲିସର ମନମୁଖି କାର୍ଯ୍ୟ ବୋଲି କହିଛି। ତେବେ ଏହି ଘଟଣାକୁ ଉଚିତ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ଖୋଦ୍‌ ତେଲେଙ୍ଗାନାର ଜଣେ ମନ୍ତ୍ରୀ।

ରାଜ୍ୟର ପଶୁପାଳନ ମନ୍ତ୍ରୀ ତଲସାନୀ ଶ୍ରୀନିବାସ ଯାଦବ ଏଭଳି ଏନ୍‌କାଉଣ୍ଟରକୁ ଠିକ୍‌ ବୋଲି କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହା ଏକ ବଳିଷ୍ଠ ବାର୍ତ୍ତା, ଯାହା ଆମେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛୁ। ଏହି ଆଦର୍ଶକୁ ଆମେ ଦେଶ ପାଇଁ ନିର୍ଦ୍ଧାରିତ କରିଛୁ। ଆମେ କେବଳ ଭାବନାରେ ନୁହେଁ ବରଂ କାନୁନ୍‌ ବ୍ୟବସ୍ଥା ସହ ଲଢ଼ିବାକୁ ମଧ୍ୟ ଚେଷ୍ଟା ଚଳାଇଛୁ।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କ ରଖିବା ପାଇଁ ୧୫ ବର୍ଷୀୟ ଛାତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଶିକ୍ଷୟିତ୍ରୀ

ସେହିପରି ତେଲେଙ୍ଗାନାର ପରିବହନ ମନ୍ତ୍ରୀ ପି ଅଜୟ କୁମାର ମଧ୍ୟ ଘଟଣାକୁ ସମର୍ଥନ ଜଣାଇ କହିଛନ୍ତି ଯିଏ ଆମର ଝିଅବୋହୂଙ୍କ ଉପରେ ଖରାପ ନଜର ପକାଇବ ଆମେ ତା’ ଆଖି ତାଡ଼ି ଦେବୁ। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଧାନ ବିଚାରପତି ଏସ୍‌ଏ ବୋବଡେ ନ୍ୟାୟ ନାଁରେ ହତ୍ୟା କରିବା ଘଟଣାକୁ ନିନ୍ଦା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.