Below header

ସାଧାରଣ ଲୋକଙ୍କୁ ଖୁବ୍‌ଶୀଘ୍ର ମିଳିବ ଇନ୍‌କମ ଟ୍ୟାକ୍ସ ରିହାତିର ଉପହାର!

ସାଧାରଣ ଜନତାଙ୍କୁ ଇନ୍‌କମ ଟ୍ୟାକ୍ସରେ ରିହାତି ଦେବା ପାଇଁ ବିଚାର କରୁଛନ୍ତି ମୋଦି ସରକାର। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ସମ୍ମିଳନୀରେ ଯୋଗଦେବା ଅବସରରେ କହିଛନ୍ତି, ସରକାର ଇନ୍‌କମ ଟ୍ୟାକ୍ସରେ ପରିବର୍ତ୍ତନ ଆଣିପାରନ୍ତି। ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଆୟକରରେ ହ୍ରାସ ଘଟାଇବା ସେଥିମଧ୍ୟରୁ ଗୋଟିଏ ହୋଇପାରେ।

nir

ଏହାସହ ପଢ଼ନ୍ତୁ: ଆରବିଆଇର ବଡ ଘୋଷଣା, ଏଣିକି ଅନଲାଇନରେ କରିପାରିବେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଫେବୃୟାରୀରେ ଉପସ୍ଥାପନ ହେବ ବଜେଟ

ସାଧାରଣ ଜନତାଙ୍କୁ କେତେ ଶୀଘ୍ର ଇନ୍‌କମ ଟ୍ୟାକ୍ସରେ ରିହାତିର ଉପହାର ମିଳିବ, ଏହି ପ୍ରଶ୍ନର ଉତ୍ତରରେ ସୀତାରମଣ କହିଥିଲେ, ଏଥିପାଇଁ ବଜେଟକୁ ଅପେକ୍ଷା କରିବାକୁ ପଡ଼ିବ। ଆଗାମୀ ଆର୍ଥିକ ବର୍ଷର ବଜେଟ ଫେବୃୟାରୀରେ ଉପସ୍ଥାପନ କରାଯିବ। ଦେଶର ଅଭିବୃଦ୍ଧି ବର୍ତ୍ତମାନ ଧିମା ଗତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିମାସରେ ଜିଡିପିର ଯେଉଁ ତଥ୍ୟ ଆସିଛି, ସେଥିରେ ଅର୍ଥବ୍ୟବସ୍ଥାର ବିକାଶ ଜାନୁୟାରୀ-ମାର୍ଚ୍ଚ ୨୦୧୩ ପରେ ୪.୫ ପ୍ରତିଶତ ହ୍ରାସ ଘଟିଛି। ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପଞ୍ଚମ ଦ୍ୱିମାସିକ ମୁଦ୍ରା ସମ୍ବନ୍ଧୀୟ ନୀତିରେ ୨୦୧୯.୨୦ ପାଇଁ ଜିଡିପିର ଆନୁମାନିକ ହ୍ରାସ ଘଟାଇ ୫ ପ୍ରତିଶତ କରିଦେଇଛନ୍ତି।

bu

ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଇଛି ପଦକ୍ଷେପ

ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି। ରିମୋଟ୍‌ ଏରିଆରେ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକ ଗତ ଦୁଇ ମାସରେ ୫ ଲକ୍ଷ ଟଙ୍କାର ଋଣ ବିତରଣ କରିଛନ୍ତି। ଅନ୍ତଃନିର୍ମାଣ ସୁବିଧା ଢାଞ୍ଚା ଉପରେ ଜୋର୍‌ ଦିଆଯାଉଛି, ଯାହାଫଳରେ ଶ୍ରମିକ ବର୍ଗଙ୍କ ପାଖରେ ଲାଭ ପହଞ୍ଚିପାରିବ।

ଏହାସହ ପଢ଼ନ୍ତୁ: ଖସୁଛି ଦେଶର ଅଭିବୃଦ୍ଧି: ଚଳିତ ଆର୍ଥିକ ବର୍ଷରେ ଏହା ୫ ପ୍ରତିଶତ ରହିବା ପୂର୍ବାନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ଏହାଛଡ଼ା ବିଗତ କିଛି ମାସରେ ଶେୟାର୍‌ ବଜାରରୁ ମିଳିଥିବା ଲାଭ ଉପରେ ମୂଲ୍ୟ ବୃଦ୍ଧିର ନିଷ୍ପତ୍ତିକୁ ରଦ୍ଦ କରି ଦିଆଯାଇଛି ଏବଂ କମ୍ପାନୀ କରକୁ ହ୍ରାସ କରାଯାଇଛି। ଘରୋଇ ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣରେ କେତେକ ପଦକ୍ଷେପ ନିଆଯାଇଛି, ଯଦ୍ଦ୍ଵାରା ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ତଥା ତ୍ୱରାନ୍ଵିତ କରାଯାଇପାରିବ। ବସ୍ତୁ ଏବଂ ସେବା କର(ଜିଏସ୍‌ଟି)ର ସ୍ଲାବ୍‌ସ ପରିବର୍ତ୍ତନ ସମ୍ବନ୍ଧରେ ସୀତାରମଣ କହିଥିଲେ, ଏହା ଉପରେ ଯାହା ବି ନିଷ୍ପତ୍ତି ଜିଏସ୍‌ଟି ପରିଷଦ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.