ନିର୍ଭୟା ପାଣ୍ଠିକୁ ନେଇ ସରକାରୀ ତଥ୍ୟରେ ସାଂଘାତିକ ଚିତ୍ର, ୯୦ପ୍ରତିଶତ ଅର୍ଥରାଶି ହୋଇପାରିନି ବ୍ୟବହୃତ

ନୂଆଦିଲ୍ଲୀ (କେନ୍ୟୁଜ୍) : ମହିଳାଙ୍କୁ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ନାନା ଯୋଜନା। ମହିଳା ନିର୍ଯାତନା ରୋକିବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ୨୦୧୨ରେ ଗଠନ କରାଯାଇଥିଲା ନିର୍ଭୟା ପାଣ୍ଠି। ତେବେ ସରକାରୀ ତଥ୍ୟରେ ମିଳିଛି ସାଂଘାତିକ ତଥ୍ୟ। ୩ହଜାର ୬ଶହ କୋଟି ଟଙ୍କାରେ ଗଠନ କରାଯାଇଥିବା ପାଣ୍ଠିର ବିନିଯୋଗ ହୋଇନାହିଁ। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରଦାନ କରାଯାଇଥିବା ୨ହଜାର ୨୬୪ କୋଟି ଟଙ୍କାର ୯୦ପ୍ରତିଶତ ଅର୍ଥ ବିନିଯୋଗ ହୋଇନାହିଁ। ଉତ୍ତରାଖଣ୍ଡ ଓ ମିଜୋରାମ ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରିନାହାନ୍ତି। ଏହି ଦୁଇ ରାଜ୍ୟ ପଛରେ ଛତିଶଗଡ଼ ୪୩ପ୍ରତିଶତ, ନାଗାଲାଣ୍ଡରେ ୩୯ ପ୍ରତିଶତ ଓ ହରିଆନାରେ ୩୩ ପ୍ରତିଶତ ଅର୍ଥ ବିନିଯୋଗ ହୋଇଛି। ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୫ପ୍ରତିଶତରୁ କମ ଅର୍ଥ ବ୍ୟବହାର କରାଯାଇଛି। ଏହି ତାଲିକାରେ ଦିଲ୍ଲୀ ସବୁଠାରୁ ନିମ୍ନ ସ୍ଥାନରେ ରହିଛି। ଦିଲ୍ଲୀ ପାଇଁ ମିଳିଥିବା ପାଣ୍ଠିର ମାତ୍ର ୫ପ୍ରତିଶତ ଖର୍ଚ୍ଚ କରାଯାଇଛି। କେନ୍ଦ୍ର ଓ ରାଜ୍ୟମାନଙ୍କ ତଥ୍ୟ ଆଧାରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଶ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.