ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଭନ୍ତ ରେଡ୍ଡୀ ! ଆସନ୍ତା ୭ରେ କରିବେ ଶପଥ ଗ୍ରହଣ

କଂଗ୍ରେସ ନେତା ଏ. ରେଭନ୍ତ ରେଡ୍ଡୀ ହେବେ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦରେ କଂଗ୍ରେସର ନବନିର୍ବାଚିତ ବିଧାୟକ ଦଳ ବୈଠକରେ ରେଭନ୍ତଙ୍କୁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୭ ତାରିଖରେ ଅନ୍ୟ କିଛି ମନ୍ତ୍ରୀଙ୍କ ସହ ସେ ଶପଥ ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି।

କଂଗ୍ରେସ ନେତା ଏ. ରେଭନ୍ତ ରେଡ୍ଡୀ ହେବେ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଡିସେମ୍ବର ୭ ତାରିଖରେ ଅନ୍ୟ କିଛି ମନ୍ତ୍ରୀଙ୍କ ସହ ସେ ଶପଥ ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ହାଇଦ୍ରାବାଦରେ କଂଗ୍ରେସର ନବନିର୍ବାଚିତ ବିଧାୟକ ଦଳ ବୈଠକରେ ରେଭନ୍ତଙ୍କୁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି । ରେଭନ୍ତ ନାଁରେ ଚୂଡ଼ାନ୍ତ ମୋହର ମାରିବାକୁ ଆସି ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ ତେଲଙ୍ଗାନା କଂଗ୍ରେସ ପ୍ରଭାରୀ ମାଣିକ ରାଓ ଠାକରେ ଓ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଡି କେ ଶିବକୁମାର। ବିଧାୟକ ଦଳ ବୈଠକ ସଂପର୍କରେ ହାଇକମାଣ୍ଡଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଇବା ପରେ ରେଭନ୍ତଙ୍କ ନାଁରେ ମୋହର ବାଜିଥିବା କୁହାଯାଇଛି ।

୫୪ ବର୍ଷୀୟ ରେଭନ୍ତ ରେଡ୍ଡୀ ଗତବର୍ଷ ତେଲଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ । ତାଙ୍କ ନେତୃତ୍ବରେ ଦଳ ଲଢିଥିଲା ବିଧାନସଭା ନିର୍ବାଚନ । ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ ୬୪ ଆସନରେ ବିଜୟ ଲାଭ କରିବା ସହ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କ୍ଷମତା ହରାଇଥିଲା କଂଗ୍ରେସ । ଦୁଇଥର କେସିଆରଙ୍କ ବିଆରଏସ ରାଜ୍ୟରେ ସରକାର ଗଠନ କରିଥିଲା ।

୨୦୧୫ରେ କ୍ୟାସ୍ ଫର୍ ଭୋଟ୍ ମାମଲାରେ ରେବନ୍ତ ରେଡ୍ଡୀଙ୍କୁ ଗିରଫ କରାଯିବା ଏବଂ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଏଜେଣ୍ଟ ଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଆରଏସ୍ ନେତାମାନେ ତାଙ୍କୁ ସମାଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.