ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ହତ୍ୟା, କିଛିଦିନ ତଳେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ସୁଖଦେବଙ୍କୁ ୪ଟି ଗୁଳି ବାଜିଛି । କିନ୍ତୁ ଗୁଳି କେଉଁଠି ବାଜିଛି ଖବର ମିଳିନାହିଁ । ଶ୍ୟାମ ନଗର ସ୍ଥିତ ତାଙ୍କ ଘରେ ଏହି କାଣ୍ଡ ଘଟିଛି । ଗୁଳିକାଣ୍ଡ ପରେ ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫଙ୍କ ସୂଚନା ଅନୁସାରେ ଗୁଳିମା଼ଡ଼ ପରେ ସୁଖଦେବଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଗୁଳିକାଣ୍ଡ କେଉଁମାନେ ଘଟାଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି । ଶ୍ୟାମ ନଗରରେ ଥିବା ଦାନା ପାଣି ରେଷ୍ଟୁରାଣ୍ଟ ପଛରେ ଏହି ଘଟଣା ଘଟିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପତ୍ ନେହେରା ପୂର୍ବରୁ ତାଙ୍କୁ ଧମକ ଦେଇଥିଲେ । ଏହି ମାମଲାରେ ଜୟପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାକୁ ନେଇ କଂଗ୍ରେସ ନେତା ଇନ୍ଦ୍ରଜ ଗୁର୍ଜର କହିଛନ୍ତି, ‘ଆଜି ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଶ୍ରୀ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି । ଏହାସହିତ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛି କି, ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ।

ତେବେ ଏହି ଘଟଣା ପରେ ଜୟପୁର ପୋଲିସ ହାଇ ଆଲର୍ଟ ମୋଡରେ ରହିଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । କିଛିଦିନ ପୂର୍ବରୁ ଗୋଗାମେଡିଙ୍କୁ ସୁରକ୍ଷା ଦେବାକୁ ଦାବି କରାଯାଉଥିଲା ବୋଲି ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.