ସ୍ଥଳଭାଗ ଛୁଇଁଲା ସାଇକ୍ଲୋନ୍, ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ

ସ୍ଥଳଭାଗ ଛୁଇଁଲା ସାଇକ୍ଲୋନ୍ । ସ୍ଥଳଭାଗକୁ ପ୍ରବେଶ ସହ ପ୍ରକୋପ ଦେଖାଉଛି ବାତ୍ୟା ମିଗଜୋମ୍ । ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଅତିକ୍ରମ କରିବ । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଘଣ୍ଟାପ୍ରତି ୯୦ରୁ ଶହେ କିଲୋମିଟର ବେଗରେ ବହୁଛି ପବନ ।

ଧୀରେ ଧୀରେ ବଢୁଛି ପବନର ବେଗ । ବାତ୍ୟା ସାଙ୍ଗରେ ନେଇ ଆସିଛି ବର୍ଷା । ଲାଣ୍ଡଫଲ୍ ପ୍ରକ୍ରିୟା ସହ ତାଣ୍ଡବ ରଚୁଛି ବାତ୍ୟା । ସ୍ଥଳଭାଗକୁ ମାଡିଆସିଛି ସମୁଦ୍ର । ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠୁଛି । ସାଇକ୍ଲୋନ ଆଖିରେ ଆନ୍ଧ୍ର ଉପକୂଳବର୍ତ୍ତୀ ୮ ଜିଲ୍ଲା ।

ନେଲ୍ଲୋର, ବାପାଟଲା, ତିରୁପତି, କ୍ରିଷ୍ଣା, ପ୍ରକାଶମ୍, ୱେଷ୍ଟ ଗୋଦାବରୀ, କୋନାସୀମା, କାକିନାଡାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଜି ଅଧିକ ରହିବ ପ୍ରଭାବ । ମିଗଜୋମ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ।

ଗତକାଲି ଜଳାର୍ଣ୍ଣବ ହୋଇଥିଲା ଚେନ୍ନାଇ ସହର । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି । ବନ୍ୟା ସ୍ରୋତରେ ଭାସିଲା କାର ଓ ଗାଡ଼ିମଟର । ବିମାନ ବନ୍ଦର ଜଳାର୍ଣ୍ଣବ। ରନୱେରେ ଫୁଟେ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଏପଟେ ଲାକ୍ଷାଦୀପରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ମଧ୍ୟ ଲଘୁଚାପ ନେଇ ଆକଳନ କରିଛନ୍ତି

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.