Below header

କାରରୁ ଟାୟାର ଚୋରି କରି ପାଖ ଦୋକାନରେ ବିକୁଥିଲା ଚୋର ତାପରେ ଅବସ୍ଥା କଣ ହେଲା ଜାଣନ୍ତୁ

ଟାଣି ଘୋଷାଡି ନିର୍ଦ୍ଧୁମ ଛେଚା । ଆପଣ ଭାବୁଥିବେ ଏ ଲୋକଟି କଣ ଏମିତି କରିଦେଲା ଯେ ମହିଳା ତାଙ୍କୁ ଏମିତି ଆଖିବୁଜା ମାଡ ମାରୁଛନ୍ତି । ଆଜ୍ଞା ଏ ଲୋକ ଜଣକ କାମ ହିଁ ସେମିତି କରିଛି ।

ସୋର (କେନ୍ୟୁଜ) : ଗାଲକୁ ଗାଲ ଖାଲି ବ୍ରହ୍ମ ଚାପୁଡା । ଚାପୁଡା ଉପରେ ଚାପୁଡା ଖାଲି ନାଦି ଦେଉଥାନ୍ତି ଏ ମହିଳା ଜଣଙ୍କ । ଟାଣି ଘୋଷାଡି ନିର୍ଦ୍ଧୁମ ଛେଚା । ଆପଣ ଭାବୁଥିବେ ଏ ଲୋକଟି କଣ ଏମିତି କରିଦେଲା ଯେ ମହିଳା ତାଙ୍କୁ ଏମିତି ଆଖିବୁଜା ମାଡ ମାରୁଛନ୍ତି । ଆଜ୍ଞା ଏ ଲୋକ ଜଣକ କାମ ହିଁ ସେମିତି କରିଛି । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଘର ସମ୍ମୁଖରୁ ଗାଡିରୁ ଟାୟାର ଖୋଲିନେଇଛ ଏ ଲୋକଟି । ଯାହାପରେ ଏ ମହିଳା ଜଣକ ଚୋରକୁ ଚୋରି କରୁଥିବାର ଦେଖିନେଇଥିଲେ ଆଉ ତାକୁ ସଙ୍ଗେ ସଙ୍ଗେ କାବୁ କରି ନିସ୍ତୁକ ପିଟିଲେ ଗାଡି ମାଲିକ ।

ଏ ଘଟଣା ହେଉଛି ସୋର ପୌରପାଳିକା କଲେଜ୍‌ ଛକରେ । ଯେଉଁଠି ଗୋଟେ ଚୋରକୁ ନିସ୍ତୁକ ମାଡ ମାରୁଥିବାର ଦୃଶ୍ୟ ଭାଇରାଲ ହୋଇଛି । ଆଜ୍ଞା ୟାକୁ କାବୁ କରି ମାଡ କରୁଥିଲେ ସିନା କିନ୍ତୁ ଠିକ୍‌ ପୋଲିସ ଆସିବା ଆଗରୁ ଲୋକଙ୍କ ହାତରୁ ଖସିପଳାଇଗଲା ଏହି ଟାୟାର ଚୋର । ସୋର କଲେଜ୍‌ ଛକରେ BSNL ଟାୱାର ନିକଟରେ ମିତା ବେହେରା ନାମ୍ନି ଜଣେ ମହିଳା ତାଙ୍କ ପରିବାର ସହ ଭଡ଼ାରେ ରୁହନ୍ତି ।

ତେବେ ସୋମବାର ଦିନ ୧ଟା ସମୟରେ ଲିଙ୍ଗପଡା ଗାଁର ସୁରେନ୍ଦ୍ର ସେଠୀ ଓ ତାର ସାଥିରେ ଆସିଥିବା ଜଣେ ବଙ୍ଗାଳି ଯୁବକ ରକି, ମିତାଙ୍କ ଘର ସମ୍ମୁଖରୁ ତାଙ୍କ କାରରୁ ଟାୟାର ଖୋଲି କଲେଜ ଛକର ଏକ ଦୋକାନରେ ବିକ୍ରି କରିଥିଲେ । କିନ୍ତୁ ସୁରେନ୍ଦ୍ର ଓ ରକୀ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ି ନିସ୍ତୁକ ମାଡ଼ ଖାଇଥିଲେ । ତାପରେ ରକି ଚୋରି ଟାୟାରକୁ ତୁରନ୍ତ ସେମାନଙ୍କୁ ଫେରାଇ ଦେଇ ସେଠାରୁ ଫେରାର ହୋଇଗଲା । ଆଉ ପୋଲିସ ଗାଡ଼ି ଦେଖି ସୁରେନ୍ଦ୍ର ବି ବିଲକୁ ଦୌଡ଼ି ପଳାଇ ଥିଲା । ପୋଲିସ ବି ପଛେ ପଛେ ଟ୍ରେନ ଟ୍ରାକରେ ଦୌଡ଼ିଥିଲା କିନ୍ତୁ ଚୋରର ବେଳା ଭଲ ଥିଲା ସେଥିପାଇଁ ପୋଲିସକୁ ଚକମା ଦେଖାଇ ଦୌଡି କେଉଁଆଡେ ପଳାଇଲା । ଆଉ ପୋଲିସ ବି ଚୋରକୁ ନପାଇ ଫେରିଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.