କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ ହେବେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ

ଭୁବନେଶ୍ୱର(କେନ୍ୟୁଜ୍‌) : ଚଳିତ ବର୍ଷ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନୀତ କରାଯିବ । ତେବେ କୋଭିଡ୍‌ ଯୋଗୁ ଏଥର ସଂଗ୍ରାମୀମାନେ ରାଷ୍ଟ୍ରପତି ଭବନକୁ ଯିବେ ନାହିଁ । ଜିଲ୍ଲାପାଳ ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ମାନୀତ କରିବେ ।

ସମ୍ମାନୀତ ହେବାକୁ ଥିବା ସ୍ୱାଧୀନତା ସଂଗ୍ରାମୀମାନେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ବାଲିଆପଡ଼ିଆ ଗ୍ରାମର ନୀଳମଣି ସାମଲ ଏବଂ କାଇପଡ଼ାର ଦଧିଚି ସାହୁ, ଭଦ୍ରକ ଜିଲ୍ଲା ଧୁଷୁରୀ ଅନ୍ତର୍ଗତ ସୂର୍ଯ୍ୟପୁର ଗ୍ରାମର ରାମହରି ଗୋସ୍ୱାମୀ ଓ ଗୈାରୀଶ୍ୟାମ ଗୋସ୍ୱାମୀ ଏବଂ ଭଦ୍ରକ ଧାମନଗର କମାରବନ୍ଧ ଗ୍ରାମର ବ୍ରଜକିଶୋର ରାଉତ, ନୟାଗଡ଼ ରଣପୁର ମଝିଖଣ୍ଡ ଗ୍ରାମର ଈଶ୍ୱର ବିଶୋଇ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତର୍ଗତ ସିନ୍ଧୋଳ ଗ୍ରାମର ବିଶ୍ୱନାଥ ଦାଶ  ଓ ସମ୍ବଲପୁର ଜିଲ୍ଲା ମୁରା ଅନ୍ତର୍ଗତ କଲମୀ ଗାଁର ଦେବାନନ୍ଦ ଗୁପ୍ତା  । ସେହିପରି ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗ୍ରାମର ସହଦେବ ବେହେରା ଓ କେନ୍ଦ୍ରାପଡ଼ା ଜିଲ୍ଲା ହାଟବାଣପୁର ଗ୍ରାମର ମକରଧ୍ୱଜ ଦାସ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ଚଳିତ ବର୍ଷର ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ ହେବେ ବୋଲି ଜଣାଯାଇଛି ।
କରୋନା କାରଣରୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଜିଲ୍ଲାପାଳ ଅଗଷ୍ଟ ୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ ଅଙ୍ଗବସ୍ତ୍ର ଦେଇ ସମ୍ମାନୀତ କରିବେ । ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନୀତ କଲାବେଳେ କୋଭିଡ଼୍‍ ପ୍ରୋଟକଲ୍‌ ପାଳନ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.