ସୀମାରେ ଭାରତୀୟ ନାଗରିକଙ୍କ ଉପରେ ନେପାଳ ପୋଲିସର ଗୁଳି ମାଡ଼, ଜଣେ ଭାରତୀୟ ମୃତ

କିଶନଗଞ୍ଜ : ଭାରତ ନେପାଳ ମଧ୍ୟରେ ଚାଲିଥିବା ବିବାଦ ଏବେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାଧାରଣ ନାଗରିକଙ୍କ ଉପରେ ପଡ଼ିଛି । ଶନିବାର ରାତିରେ ଭାରତ-ନେପାଳ ସୀମାର କିଶନଗଞ୍ଜ ଜିଲ୍ଲାରେ ନେପାଳ ପୋଲିସ ୩ ଜଣ ଭାରତୀୟ ନାଗରିକଙ୍କ ଉପରେ ଗୁଳିମାଡ କରିଛନ୍ତି । ଏଥିରେ ଜଣେ ଯୁବକ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆହତ ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ସିଂହ। ସେ ଖନିଆବାଦ ପଞ୍ଚାୟତର ମାଫିଟୋଲାର ବାସିନ୍ଦା। ଡେଣ୍ଢାଗାଚ୍ଛ ପ୍ରାଥମିକ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଉପଚାର ପରେ ଅଧିକ ଚିକିତ୍ସା ପାଇଁ ପୂର୍ଣ୍ଣିମା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଗୁରୁତର ଥିବା ବେଳେ ମୃତ୍ୟୁ ଘଟିଛି ।
ଘଟଣା ପରଠୁ ସ୍ଥାନୀୟ ପୋଲିସ ଓ ଏସଏସବି ଅଧିକାରୀ ଘଟଣାସ୍ଥଳରେ ତମ୍ବୁ ପକାଇ ନଜର ରଖିଛନ୍ତି ।

ଏହା ପୂର୍ବରୁ ନେପାଳ ପୋଲିସ୍ ଚଳିତ ବର୍ଷ ଜୁନ୍ ମାସରେ ସୀମାରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଚାରି ଜଣ ଭାରତୀୟ ମଧ୍ୟ ଆହତ ହୋଇଥିଲେ।
ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ଭାରତ-ନେପାଳ ସୀମା ସଂପୂର୍ଣ୍ଣ ଭାବେ ସିଲ୍ ରହିଛି। ଲୋକଙ୍କ ଯିବା ଆସିବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.