Below header

ଶ୍ରୀଲଙ୍କାର ଆତ୍ମାକୁ ହରାଇ ପାରିବନି ଆତଙ୍କବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀଲଙ୍କା ପୁଣି ଉପରକୁ ଉଠିବ । ଶ୍ରୀଲଙ୍କାର ଆତ୍ମାକୁ ହରାଇ ପାରିବନି ଆତଙ୍କବାଦ । ଆତଙ୍କବାଦୀ ଆକ୍ରମଣ ହୋଇଥିବା କଲମ୍ବୋର ଆନ୍ଥୋନୀ ଚର୍ଚ୍ଚ ପରିଦର୍ଶନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିପଦ ସମୟରେ ଶ୍ରୀଲଙ୍କା ସହ ଭାରତ ଛିଡା ହୋଇଛି । ଆତଙ୍କବାଦ ବିରୋଧରେ ଶ୍ରୀଲଙ୍କା ସହ ଭାରତ ଏକାଠି ଲଢିବ ବୋଲି କଲମ୍ବୋକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଇଷ୍ଟର ବିସ୍ଫୋରଣ ପରେ ପ୍ରଥମ ରାଷ୍ଟ୍ର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତ କରିଛନ୍ତି ।

ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ଆଜି ମାଳଦ୍ୱୀପରୁ ଆସି ଶ୍ରୀଲଙ୍କାରେ ପହଞ୍ଚିଥିଲେ ମୋଦି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ରାଷ୍ଟ୍ରପତି ସଚିବାଳୟରେ ତାଙ୍କୁ ସ୍ୱଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ବର୍ଷା ହେଉଥିବାରୁ ନିଜେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ମୋଦିଙ୍କ ମୁଣ୍ଡ ଉପରେ ଛତା ଧରିଥିଲେ । ବିରୋଧୀ ଦଳ ନେତା ମହିନ୍ଦା ରାଜପାକ୍ଷେଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ମୋଦି । କଲମେ୍ଵାରେ ବି ଦେଖିବାକୁ ମିଳିଥିଲା ମୋଦିଙ୍କ କ୍ରେଜ୍‌ । କଲମ୍ବୋ ସ୍ଥିତ ଇଣ୍ଡିଆ ହାଉସରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଥିଲେ ମୋଦି । କହିଥିଲେ ଭାରତ ଏବେ ପୃଥିବୀର ଏକ ବୃହତ ଶକ୍ତି ଭାବେ ଉଭା ହୋଇଛି । ଏଥିପାଇଁ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଶ୍ରେୟ ଦେଇଥିଲେ । ଏହା ପରେ ସମସ୍ତଙ୍କ ସହ ବୁଲି ବୁଲି ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ।

ବିଦେଶ ଗସ୍ତ ପୂର୍ବରୁ ମୋଦି ଟ୍ଵିଟ୍‌ କରି କହିଥିଲେ, ତାଙ୍କର ଏହି ଗସ୍ତ ମାଲଦୀପ ଓ ଶ୍ରୀଲଙ୍କା ସହ ଭାରତର ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବ । ଏଥିସହ ଭାରତର ‘ପଡୋଶୀଙ୍କୁ ପ୍ରାଥମିକତା ନୀତି’ କୁ ମୋଦିଙ୍କ ଏହି ଗସ୍ତ ସ୍ପଷ୍ଟ କରିଛି । ଦ୍ୱିତୀୟ ପାଳିର ସରକାର ଗଠନ ପରେ ଏହି ଦୁଇ ଦେଶକୁ ମୋଦିଙ୍କ ପ୍ରଥମ ଗସ୍ତର ଅନ୍ୟ ଏକ କୂଟନୈତିକ ଉଦ୍ଦେଶ୍ୟ ହେଉଛି ଚୀନକୁ ଚେକ୍‌ ଦେବା । ବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.