ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ

ପୁରୀ : ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ । ଜୁଲାଇ ୪ ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ଯାଏ ସବୁ ନୀତିକୁ ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଚୂଡାନ୍ତ କରାଯାଇଛି । ଏହି ନୀତି ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ । ଜୁଲାଇ ୧୫ ତାରିଖ ନିଳାଦ୍ରୀ ବିଜେ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ନିଳାଦ୍ରୀ ବିଜେ ନୀତିକୁ ଶୀଘ୍ର ସଂପନ୍ନ କରାଯିବ । ଏଥିପାଇଁ ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୪ଟା ଆରମ୍ଭ କରାଯାଇ ୧୧ ଟା ସୁଦ୍ଧା ଶେଷ କରାଯିବ । ଏହା ପରେ ରାତି ପହୁଡ କରାଯାଇ ଭୋରୁ ଦ୍ୱାରଫିଟା ସହ ଅନ୍ୟାନ୍ୟ ନୀତି ସଂପର୍ଣ୍ଣ ହୋଇ ଅପରାହ୍ନ ୪ଟା ସୁଦ୍ଧା ମଧ୍ୟାହ୍ନ ଧୂପରେ ନୀଳାଚଳ ଅବଢ଼ା ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ରାଜସ୍ୱ ବୃଦ୍ଧି ପାଇଁ ରଥଯାତ୍ରାର ସିଧାପ୍ରସାରଣର ଟେଣ୍ଡର ଆହ୍ନାନ କରାଯାଇଛି । ଟେଣ୍ଡର ଖୋଲିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.