ବିଶ୍ବକପରେ ବିରାଟ ବାହିନୀର ବିଜୟ ଧାରା ଜାରି, କଙ୍ଗାରୁ ଦଳକୁ ୩୬ ରନରେ ମାତ୍ ଦେଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ କଙ୍ଗାରୁ ଟିମକୁ ୩୬  ରନରେହରାଇଲା ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବ୍ୟାଟିଂ ଏବଂ ବୋଲିଂ ଆଗରେ ଧରାସାୟୀ ହେଲା ଅଷ୍ଟ୍ରେଲିଆ । ୩୫୨ ରନର ବିଶାଳ ଲକ୍ଷକୁ ପିଛା କରି ମାତ୍ର ୩୧୬  ରନରେସୀମିତ ହୋଇଗଲା କଙ୍ଗାରୁ ଦଳ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମେନ୍ ଇନ୍ ବ୍ଲୁ । ଆଉ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ ହରାଇ କରିଥିଲା ୩୫୨ ରନ୍ । ଦମଦାର ବ୍ୟାଟିଂ କରିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ। ପ୍ରଥମ ଓ୍ଵିକେଟ ଭାଗିଦାରୀରେ ୧୨୭ ରନ କରିଥିଲେ । ପ୍ରଥମ ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ୫୭ ରନ କରି ଆଉଟ ହୋଇଥିଲେ। ଏହି ମ୍ୟାଚ୍ରେ ଶତକ କରିଥିଲେ ଶିଖର ଧୱନ। ୧୦୯ ବଲରେ ୧୬ଟି ଚୌକା ବଳରେ ୧୧୭ ରନ କରିଥିଲେ । ଟିମ୍ ସ୍କୋର ୨୨୦ ଥିବା ବେଳେ ଆଉଟ ହୋଇଥିଲେ ଶିଖର ଧୱନ। ଏହା ପରେ ଅଧିନାୟକ ବିରାଟ କୋହଲୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ପଡିଆରେ ରନ ବର୍ଷା କରିଥିଲେ । କୋହଲି ଆଉ ଏକ ଅର୍ଦ୍ଧ ଶତକ କରିଥିବା ବେଳେ ୨୭ଟି ବଲରେ ପାଣ୍ଡ୍ୟା ୪୮ ରନ କରି ଆଉଟ ହୋଇଥିଲେ। ଏଥି ମଧ୍ୟରେ ଥିଲା ୩ଟି ଛକ୍କା ଓ ୪ଟି ଚୌକା । ଏହା ପରେ ପଡିଆକୁ ଆସି ଧମାଲ କରିଥିଲେ ଧୋନୀ । ଫଳରେ ଭାରତ ୩୫୨ ରନର ବଡ ସ୍କୋର କରିଥିଲା । ଯାହାକୁ ପିଛା କରି ଧରାସାୟୀ ହୋଇଥିଲା ଅଷ୍ଟ୍ରେଲିଆ । ନିର୍ଦ୍ଧାରିତ ଓଭରରେ ମାତ୍ର ୩୧୬ ରନ କରି ହୋଇଯାଇଥିଲା ସୀମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.