ଆତଙ୍କବାଦୀଙ୍କ ଚାଲ୍‌, ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌ ଛାଡ଼ି ବ୍ୟବହାର କରୁଛନ୍ତି ନୂଆ ଆପ୍ସ

ଶ୍ରୀନଗର :  ସୋସିଆଲ୍‌ ମିଡଆ ବ୍ୟବହାର କରି ଆତଙ୍କବାଦୀମାନେ ତାଙ୍କର ନେଟ୍‌ଓ୍ଵର୍କ ଚଳାଇଥିଲେ । ହେଲେ ହ୍ଵାଟ୍ସଆପ୍‌ ଓ ଫେସ୍‌ବୁକ୍‌ ମାଧ୍ୟମରେ ତଥ୍ୟ ଲିକ୍‌ ହେଉଥିବା ଜାଣି ଆତଙ୍କବାଦୀମାନେ ଏବେ ନୂଆ ଆପ୍ସ ବ୍ୟବହାର କରୁଛନ୍ତି । ଏହି ଆପ୍ସ ତୁର୍କୀ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ଜଣାଯାଇଛି । ଯାହାକୁ ଆତଙ୍କବାଦୀ ସଂଗଠନ ବ୍ୟବହାର କରି ତାଙ୍କର ନେଟ୍‌ଓ୍ଵର୍କ ଜାରି ରଖିଛନ୍ତି ବୋଲି ସୂରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ପରେ ମିଳିଥିବା ତଥ୍ୟ ଓ ଆତ୍ମସମର୍ପଣ କରିଥବା ଆତଙ୍କବାଦୀଙ୍କ ସୂଚନାନୁଯାୟୀ ଏପରି ୩ ଟି ଆପ୍ସ ବିଷୟରେ ଜଣାପଡ଼ିଛି । ଏହି ଆପ୍ସ ମଧ୍ୟରୁ ଗୋଟିଏ ଆମେରିକା କମ୍ପାନୀର ହୋଇଥିବା ବେଳେ ଅନ୍ୟ ଆପ୍ସ ୟୁରୋପ କମ୍ପାନୀର ବୋଲି ଜଣାପଡ଼ିଛି । ତୃତୀୟ ଆପ୍‌ଟି ତୁର୍କୀ କମ୍ପାନୀ ଦ୍ୱାରା ପରିଚାଳିତ ବୋଲି ଜଣାପଡ଼ିଛି । ଏହି ଆପ୍ସସବୁ ସ୍ଲୋ ଇଣ୍ଟନେଟ୍‌ କିମ୍ବା ଦୁଇ ପଟର ସଂଯୋଗ ନଥିଲେ ମଧ୍ୟ କାମ କରିଥାଏ ବୋଲି ସୁରକ୍ଷାକର୍ମୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.