୫ ହଜାର ବର୍ଷ ଧରି ଏଠାରେ ବିରାଜମାନ କରୁଛନ୍ତି ଭଗବାନ ଶଙ୍କର

ଭଗବାନ ଶଙ୍କରଙ୍କୁ ବହୁ ନାମରେ ପ୍ରାର୍ଥନା କରାଯାଏ । କେହି କେହି ଭଗବାନ ଶିବଙ୍କର ମୂର୍ତ୍ତି ପୂଜା କରିଥାନ୍ତି ତ କେହି ଲିଙ୍ଗ ରୂପରେ ତାଙ୍କୁ ପୂଜା କରିଥାନ୍ତି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ ଯେ ଶିବ ଲିଙ୍ଗଙ୍କୁ ଆରଧାନା କଲେ ବହୁ ଲାଭଦାୟକ ହୋଇଥାଏ । ଯେଉଁଥିପାଇଁ କେବଳ ଦେଶ ନୁହେଁ ଦେଶ ବାହରେ ମଧ୍ୟ ଭଗବାନ ଶିବଙ୍କର ମନ୍ଦିର ରହିଛି ।

jaleswar mandir
photo credit: punjabkesari.com

ଏଭଳି ଏକ ମନ୍ଦିର ରହିଛି ଗୁଜୁରାଟର ନର୍ମଦା ଜିଲ୍ଲାରେ ଯେଉଁଠି ୫୦୦୦ ବର୍ଷ ପୁରୁଣା ଶିବ ଲିଙ୍ଗ ବିରାଜମାନ କରିଛନ୍ତି । କୋକମ ଗାଁରେ ଥିବା ଏହି ମନ୍ଦିରକୁ କେବଳ ଶିବ ଭକ୍ତ ନୁହେଁ ଦେଶ ବାହାରୁ ମଧ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆସିଥାନ୍ତି ।

jaleswar mandir.
photo credit: punjabkesari.com

କୁହାଯାଏ, ୧୯୪୦ ମସିହାରେ ଯେତେବେଳେ ପୁରାତତ୍ତ୍ୱ ବିଭାଗ ଦ୍ୱାରା ଏଠାରେ ଖନନ କରାଯାଇଥିଲା । ସେତେବେଳେ ଏହି ୫୦୦୦ ବର୍ଷର ଶିବ ଲିଙ୍ଗ ପ୍ରାପ୍ତ ହୋଇଥିଲେ । ଏହି ମନ୍ଦିରକୁ ଜଳେଶ୍ୱର ମନ୍ଦିର ଭାବେ କୁହାଯାଏ । ଯେଉଁଠି ଶିବ ଭକ୍ତଙ୍କର ଗଭୀର ଆସ୍ଥା ରହିଛି । ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମନ୍ଦିର ନିକଟରେ ବହିଯାଉଥିବା ନଦୀ ପୂର୍ବା ନଦୀ ନାମରେ ପରିଚିତ । କୁହାଯାଏ ଏହି ନଦୀରେ ସ୍ନାନ କରି ଶିବ ଲିଙ୍ଗଙ୍କୁ ଦର୍ଶନ କଲେ ସବୁ ପାପ ନାଶ ହୋଇ ମୁକ୍ତି ମଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.