ବର୍ଷୀଆନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ, ଗାଧୁଆ ଘରେ ଗୋଡ ଖସିଯିବାରୁ ତଳେ ପଡ଼ି ହୋଇଥିଲେ ଗୁରୁତର

କେନ୍ୟୁଜ୍(ବ୍ୟୁରୋ):  ବର୍ଷୀଆନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ। ଗାଧୁଆ ଘରେ ଗୋଡ ଖସିଯିବାରୁ ମୁଣ୍ଡ ମାଡ଼ହୋଇ ତଳେ ପଡିଯାଇଥିଲେ ଶାନ୍ତି ସ୍ବରୂପ। ପରେ ତାଙ୍କ ପରିବାର ଲୋକେ ସମ୍ବଲପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

କିନ୍ତୁ କିଛି କ୍ଷଣ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି।  ତାଙ୍କ ମୃତ୍ୟୁକୁ ନେଇ ଓଡିଶା ସିନେ କଳାକାର ସଂଘ ଶୋକ ବ୍ୟକ୍ତ କରିଛି। ତାଙ୍କ ଅଭିନୀତ ମନଆକାଶ ଓ କୃଷ୍ଣ ସୁଦାମ ସିନେମା ବେଶ ଲୋକ ପ୍ରିୟ ହୋଇ ପାରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.