Below header

‘ଟାଇଟାନିକ୍‌’ ପରେ ଏବେ କମ୍ପାନୀ ବି ବୁଡ଼ିଗଲା, ୧୫୮ ବର୍ଷ ପରେ ପଡ଼ିଲା ତାଲା

ଟାଇଟାନିକ୍‌ ଜାହାଜ ବୁଡ଼ିବାର କାହାଣୀ ତ ଆପଣ ଶୁଣିଥିବେ, ହେଲେ ଜାହାଜ ତିଆରି କରିଥିବା କମ୍ପାନୀ ‘ହାରଲ୍ୟାଣ୍ଡ ଆଣ୍ଡ ଓଲଫ୍‌’ ଏବେ ସବୁଦିନ ପାଇଁ ବୁଡ଼ିଯାଉଥିବାର ଖବର ସାମ୍ନାକୁ ଆସିଛି। ୧୫୮ ବର୍ଷର ଏହି ପୁରୁଣା କମ୍ପାନୀର ଜାହାଜ କାରଖାନା ଦେବାଳିଆ ହୋଇଯିବା ପରେ ତାହା ବନ୍ଦ ହେବାକୁ ଯାଉଛି। ଲଗାତାର କ୍ଷତି ଯୋଗୁ ସୋମବାର କମ୍ପାନୀର ଶେଷ କାର୍ଯ୍ୟ ଦିବସ ଥିଲା। କମ୍ପାନୀର ଅର୍ଥନୈତିକ ଅବସ୍ଥା ପୂରା ଦୁର୍ବଳ ହୋଇଯାଇଥିଲା। କାହିଁକି ନା ଶେଷ କାଯ୍ୟର୍ଦିବସରେ କମ୍ପାନୀରେ ମାତ୍ର ୧୨୩ଜଣ କର୍ମଚାରୀ ଥିଲେ। ଯେତେବେଳେ କି ୧୦୦ ବର୍ଷ ପୂର୍ବେ ଏଠାରେ ୩୫ ହଜାର ଲୋକ କାମ କରୁଥିଲେ।

ଏହାସହ ପଢ଼ନ୍ତୁ: ଆପଣ ଜାଣିଛନ୍ତି କି? ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ମଦନଲାଲ୍‌ ଖୁରାନାଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

her

‘ହାରଲ୍ୟାଣ୍ଡ ଆଣ୍ଡ ଓଲଫ୍‌’ କମ୍ପାନୀ ଚର୍ଚ୍ଚିତ ଟାଇଟାନିକ୍‌ ଜାହାଜର ନିର୍ମାଣ ୧୯୦୯ରୁ ୧୯୧୧ ମସିହା ମଧ୍ୟରେ କରିଥିଲା ଏବଂ ଏହାକୁ ଆୟରଲ୍ୟାଣ୍ଡର ବେଲଫାଷ୍ଟ୍‍ରେ ୧୯୧୧ ମାର୍ଚ୍ଚ ୩୧ରେ ଲଞ୍ଚ୍‌ କରିଥିଲା। ତେବେ ଦୁଃର୍ଭାଗ୍ୟର ବିଷୟ, ବିଶାଳକାୟ ଟାଇଟାନିକ୍‌ ନିଜର ପ୍ରଥମ ଯାତ୍ରା ପୂରା କରିପାରି ନ ଥିଲା। ୧୯୧୨ରେ ବରଫଖଣ୍ଡ ସହ ପିଟି ହୋଇଯିବାରୁ ସମୁଦ୍ର ମଧ୍ୟରେ ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୧୫୧୭ ଲୋକଙ୍କର ମୃତ୍ୟୁ ଘଟିଥିଲା। ଜାହାଜ ସାଉଥାମ୍ପଟନ୍‌ ହାରବରରୁ ନ୍ୟୁୟର୍କ ଜଳଯାତ୍ରା କରୁଥିଲା। ଦୁର୍ଘଟଣାର ୭୩ ବର୍ଷ ପରେ ୧୯୮୫ ସେପ୍ଟେମ୍ବର ୧ରେ ଟାଇଟାନିକର ଭଗ୍ନାବଶେଷ ସମୁଦ୍ରରୁ ମିଳିଥିଲା। ଏହାକୁ ଆମେରିକା ନୌସେନାର ପୂର୍ବ କମାଣ୍ଡର ଏବଂ ମହାସାଗର ବିଜ୍ଞାନର ପ୍ରଫେସର ରବର୍ଟ ଡୁଆନେ ମିଶିକି ଖୋଜିଥିଲେ।

jaha

ଏଠାରେ କହି ରଖୁଛୁ, ‘ହାରଲ୍ୟାଣ୍ଡ ଆଣ୍ଡ ଓଲଫ୍‌’ କମ୍ପାନୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପାଖାପାଖି ୧୫୦ ଯୁଦ୍ଧ ଅସ୍ତ୍ରଶସ୍ତ୍ର ତିଆରି କରିଥିଲା। କିନ୍ତୁ ୧୯୪୫ ମସିହା ପରଠାରୁ ଏହା ଜାହାଜ ନିର୍ମାଣ କାଯ୍ୟର୍ରୁ ଧୀରେ ଧୀରେ ଦୂରେଇ ଯାଇଥିଲା। କମ୍ପାନୀ ବନ୍ଦ ହେବା ପୂର୍ବରୁ ହାଇଡ୍ରୋପାଓ୍ଵାର ଏବଂ ମେରାଇନ୍‌ ଇଞ୍ଜିନିୟରିଂ ସହ ଜଡ଼ିତ କିଛି ପ୍ରୋଜେକ୍ଟ ଉପରେ କାମ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.